Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବେକାବୁ omicron : ଦିନକରେ ଆଉ ୮ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭ ଛୁଇଁଲା

14/12/2021 at 9:11 PM

ମୁମ୍ବାଇ ୧୪/୧୨ : ଦେଶରେ ଭୟଙ୍କର ହେବାରେ ଲାଗିଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ । ମହାରାଷ୍ଟ୍ରରେ ପୁଣିଥରେ ୮ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଚିନ୍ତାଜନକ ଖବର ହେଉଛି ମହାରାଷ୍ଟ୍ରରେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ୮ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି ।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବିମାନବନ୍ଦର ଗୁଡିକରେ କୋଭିଡ୍ ନିୟମ କଡାକଡି କରିଦିଆଯାଇଛି । ରିସ୍କ୍‌ ଦେଶଗୁଡିକରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ତଥାପି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ମହାରାଷ୍ଟ୍ର ବ୍ୟତିତ ଦିଲ୍ଲୀ, ରାଜସ୍ଥାନରେ ମଧ୍ୟ ଓମିକ୍ରନ୍‌ ମାମଲା ବୃଦ୍ଧି ପାଉଛି ।

ଦିଲ୍ଲୀ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ମଙ୍ଗଳବାର ୪ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଛୁଇଁଲାଣି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ସତର୍କ କରାଯାଉଛି । ଟିକାକରଣ ଆହୁରି ଦ୍ରୁତ ଗତିରେ କରାଯିବାକୁ ଗୁରୁତ୍ବ ଦିଆଯାଉଛି ।  

   Related Posts