ବରଯାତ୍ରୀ ବସ୍ରେ ଲାଗିଲା କରେଣ୍ଟ : ୮ଜଣଙ୍କ ମୃତ୍ୟୁ, ଗୁରୁତର ମେଡିକାଲରେ ଭର୍ତ୍ତି
9/02/2020 at 2:43 PM

ବ୍ରହ୍ମପୁର ୯।୨: ଜଳିଗଲା ବରଯାତ୍ରୀ ବସ୍ । ବସ୍ ଜଳିଯିବା ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ତୁଳୁ ନିକଟରେ ଏକ ବରଯାତ୍ରୀ ବସ୍ ରେ ନିଆଁ ଲାଗିଯାଇଛି । ୧୧ କେ.ଭି. ବିଦ୍ୟୁତ୍ ତାର ଲାଗିଯିବା ଫଳରେ ବସ୍ ଟି ଜଳି ଯାଇଥିବା ସୂଚନା ମିଳିଛି । ଫଳରେ ବସ୍ ରେ ଥିବା ୩୭ ଜଣଙ୍କ ମଧ୍ୟରୁ ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି ।

ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଲୋକଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Related Posts
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023