ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୮ ଆହତ
24/08/2022 at 2:41 PM

ଫୁଲବାଣୀ ୨୪।୮: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଏଥିରେ ବସିଥିବା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡଗୁଡା ଅଂଚଳରୁ ବାଲିଗୁଡା ବ୍ଲକ ରୁତୁଙ୍ଗିଆକୁ ଜଣେ ସମ୍ପର୍କୀୟାଙ୍କ ଶୁଦ୍ଧ ଘରେ ଯୋଗ ଦେବାକୁ ଯିବାବେଳେ ଦୁର୍ଘଟଣା ଘଟିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l ସମସ୍ତ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା କୁହାଯାଇଛି l
Related Posts
ରାଜଧାନୀ ଉପକଣ୍ଠରେ ଚୋରଙ୍କ ଆତଙ୍କ, ଲଗାତାର ଭାବେ ଗୋଟିଏ ଅଞ୍ଚଳରୁ ଚୋରି
29 January 2023