ସଂରକ୍ଷିତ ଜଙ୍ଗଲରୁ ଶିକାର, ୮ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

Published By : Prameya-News7 Bureau | May 05, 2020 IST

ଆଠଗଡ ୫।୫ : ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ସୁବାସୀ ଓ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଶିକାର କରୁଥିବା ୮ ଜଣ ଶିକାରୀଙ୍କୁ ଗିରଫ କରିଛି ଆଠଗଡ ବନ ବିଭାଗ । ଖୁଣ୍ଟୁଣୀ ରେଞ୍ଜର ମାଗୁଣି ଚରଣ ବେହେରାଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ୍ ଏହି ଶିକାରୀମାନଙ୍କ ଉପରେ ନଜର ରଖିଥିଲା । ଫଳରେ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବନ ବିଭାଗ ।

{"id":264847,"sizeSlug":"large"}

ଗିରଫ ଅଭିଯୁକ୍ତମାନେ ହେଲେ ଡାଳୁଆ ଗ୍ରାମର ସୁଶାନ୍ତ ଦେହୁରୀ, ନରେନ୍ଦ୍ର ବେହେରା, ପାର୍ବତୀ ପୁର ଗ୍ରାମର କାହ୍ନୁ ପୂର୍ତି, ପୁରୁଷୋତ୍ତମପୁର ଗ୍ରାମର ପ୍ରଶାନ୍ତ ଦାସ, ନନ୍ଦିଆ କୁଦାଦା, ଡାବର ପୂର୍ତି, ନାନ୍ଦିଆ ହେବା ଏବଂ କପୁରସିଂ ଗ୍ରାମର ପ୍ରତାପ ନାଏକ ।

{"id":264848,"sizeSlug":"large"}

ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଧନୁତୀର ଓ ଫାଶ ସହିତ ହରିଣ ଚମଡା ଶିଙ୍ଗ ସହିତ ଦୁଇ କେଜି ବାରହା ମାଂସ ଜବତ କରାଯାଇଛି । ଏମାନେ ସବୁବେଳେ ବନ୍ୟଜନ୍ତୁ ଶିକାର କରି ମାଂସ ଓ ଚମଡା ବିକ୍ରି କରୁଥିବା ବେଳେ ଦୀର୍ଘ ଦିନ ଧରି ବିଭାଗକୁ ଚକମା ଦେଇ ଫେରାର ହୋଇ ବୁଲୁଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.