ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌, ୮ ଆହତ

Published By : Prameya-News7 Bureau | June 29, 2022 IST

ନୟାଗଡ଼ ୨୯।୦୬: ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡାକିଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ଥାନା ସୋରଡ଼ା ନିକଟରେ ଘଟିଛି ଏପରି ଦୁର୍ଘଟଣା ।

ଖବର ଅନୁଯାୟୀ, ଦୁଇ ପରିବାର ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ଏହି ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୂଆଗାଁ ଥାନା ସୋରଡା ନିକଟରେ ଟ୍ରକକୁ ପଛପଟୁ ପିଟିଲା କାର୍ । ଏହି ଦୁର୍ଘଟଣାରେ  ୩ ଜଣ ଗୁରୁତରହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନେ ଲାଉତୁମ୍ବା ବରଗଡ ଏବଂ ବିନିକା ସୋନପୁର ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତଙ୍କୁ ପ୍ରଥମେ ଦଶପଲ୍ଲା ଏବଂ ପରେ ନୟାଗଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.