ବେଧଡ଼କ ଚାଲିଥିଲା ଜୁଆ ଖେଳ, ଚଢାଉ କରି ୮ଜଣଙ୍କୁ ବାନ୍ଧିଲା ପୋଲିସ
16/05/2022 at 1:19 PM

ବାଲିପାଟଣା ୧୬।୦୫ : ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ଖେଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ଓ ବାଇକ୍କୁ ଜବତ କରିଛି ପୋଲିସ । କିଛି ଜୁଆଡ୍ଡି ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ବାଲିଅନ୍ତା ଟେଲକପଡ଼ା ନିକଟରେ ଦୀର୍ଘ ଦିନ ଧରି ଚାଲିଥିଲା ଜୁଆ ଆଡ୍ଡା । ଏନେଇ ରବିବାର ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିଥିଲା ପୋଲିସ । ବାଲିଅନ୍ତା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଟୋଲକପଡ଼ାରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଘଟଣାସ୍ଥଳରୁ ଆଉ କିଛି ଜୁଆଡ୍ଡି ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୭ଟି ମୋବାଇଲ୍ ସହ ବାଇକ ଓ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ ।
Related Posts
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022