scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖୋଲିଲା କେଲୋ ଡ୍ୟାମ୍‌ର ଗେଟ୍, ୮ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛାଡୁଛି ଛତିଶଗଡ

5/08/2023 at 10:53 AM

ସମ୍ବଲପୁର : ଖୋଲିଲା କେଲୋ ଡ୍ୟାମ୍‌ର ୮ଟି ଗେଟ୍ । ଛତିଶଗଡ କେଲୋ ଡ୍ୟାମ୍‌ରେ ବନ୍ୟାଜଳ ଉଛୁଳିବା ପରେ ଛତିଶଗଡ ଜଳ ସମ୍ପଦ ବିଭାଗ ଏହି ନିଷ୍ପତ୍ତି ନେଇଥିଲା । ୮ଟି ଗେଟ୍ ଦେଇ ମହାନଦୀକୁ ଛତିଶଗଡ ବନ୍ୟାଜଳ ଛାଡୁଛି ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାରାହାରି ୮୮ ମି.ମି. ବର୍ଷା ହୋଇଥିଲା । ଫଳରେ ହୀରାକୁଦକୁ ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରିବା ଆରମ୍ଭ କରିଥିଲା ।  ସକାଳ ୬ଟା ବେଳକୁ ୧ ଲକ୍ଷ ୪୫ ହଜାର କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ରାତି ୯ଟା ସୁଦ୍ଧା ୪ ଲକ୍ଷ ଛୁଇଁଥିଲା । ଆଉ ଅପରାହ୍ନ ୩ଟା ବେଳକୁ ଏହା ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ୍‌ରେ ପହଞ୍ଚିଥିଲା । ସେପଟେ ଜଳସ୍ତର ବି ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା । ଗୁରୁବାର ସୁଦ୍ଧା ମାତ୍ର ୨ଟି ଗେଟ୍‌ ଖୋଲାଥିବା ବେଳେ ଶୁକ୍ରବାର ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ୨ଟି ପର୍ଯ୍ୟାୟରେ ଆହୁରି ୧୦ଟି ଗେଟ୍‌ ଖୋଲାଯାଇଥିଲା । ବର୍ତ୍ତମାନ ମୋଟ୍‌ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା ।

ଶୁକ୍ରବାର ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିବାରେ ଲାଗିଲାଣି । ପୂର୍ବରୁ ୫ ଲକ୍ଷ କ୍ୟୁସେକ୍ ଥିବାବେଳେ ତାହା ଏବେ କମିଲାଣି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୦.୫୮ ଫୁଟ ରହିଛି । ୧୨ଟି ଗେଟ୍ ଖୋଲା ରହିଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଲ ଠାରେ ବି କମି ୩.୨୦ ଲକ୍ଷ କ୍ୟୁସେକ୍ ଜଳ ରହିଛି । ବନ୍ୟା ସ୍ଥିତି ଏବେ ସ୍ୱଭାବିକ ରହିଛି । କଣାସ ବ୍ଲକ୍ ଦୟା ଓ ରାଜୁଆ ନଦୀ, ମାଛଗାଁ ଦେବୀ ନଦୀ, କେନ୍ଦ୍ରାପଡ଼ାର ଲୁଣା ଓ କେରାଣ୍ଡିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି ।

You Can Read :

   Related Posts