oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ନୋ ଫିସିଂ ଜୋନ୍‌ରେ ବେଆଇନ ମାଛଧରା, ଆନ୍ଧ୍ର ଟ୍ରଲର ସହ ୮ ମତ୍ସ୍ୟଜୀବୀ ଅଟକ

10/11/2021 at 10:43 AM

ଖଲ୍ଲିକୋଟ ୧୦।୧୧: ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲର ଜବତ ହୋଇଛି । ଏହାସହ ୮ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ମନା । କିନ୍ତୁ ଆନ୍ଧ୍ର ପ୍ରଦେଶର ଏକ ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ବେଆଇନ ମାଛ ମାରୁଥିବା ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲରକୁ ଜବତ କରିବା ସହ ୮ ମତ୍ସ୍ୟଜୀବୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ସମୁଦ୍ରରେ ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ  କିଛି ନିଦ୍ଧିଷ୍ଟ ଅଞ୍ଚଳକୁ ନୋ ଫିସିଂ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାକୁ ଅବମାନନା କଲେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଅଲିଭ ରିଡଲେ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ଚଳିତ ମାସ ୧ ତାରିଖରୁ ମେ’ ୩୧ ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ । ଏହି ନିଦ୍ଧିଷ୍ଟ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।

   Related Posts