ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କଟକ ମହାନଗର ନିଗମ ଅଫିସରେ ପଶିଲା କରୋନା, ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ

13/07/2022 at 3:20 PM

କଟକ ୧୩: କଟକ ମହାନଗର ନିଗମ ଅଫିସରେ ପଶିଲା କରୋନା । ସିଏମ୍‌ସିର ୮ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏହାପରେ ସିଏମ୍‌ସିରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯିବା ସହ ଆବଶ୍ୟକ ନଥିଲେ ସିଏମ୍‌ସି ଅଫିସକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି ।  ସହରରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ବି ଲୋକେ କିନ୍ତୁ ଚେତୁ ନାହାନ୍ତି ।  ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ।  ତେବେ ଏବେଠୁ ନିୟମ ନମାନିଲେ ଆଗକୁ ବଡ ବିପଦ ଆସିପାରେ ବୋଲି ସହରବାସୀଙ୍କୁ ଚେତାଇ ଦେଇଛନ୍ତି ମେୟର । କୋଭିଡ୍ କଟକଣା ପାଳନ ନକଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି ।

ସେପଟେ କରୋନା ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏସସିବି ମେଡିକାଲ । ୨ଟି ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି । ଯେଉଁଥିରେ ୧୩ଟି ଆଇସିୟୁ ବେଡ଼, ୧୦ଟି ଏସଡ଼ିୟୁ ବେଡ଼ ସହ ୧୦୦ଟି ସାଧାରଣ ବେଡ଼ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସେହିପରି ସାମାନ୍ୟ ଜ୍ବର ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ଫିଭର କ୍ଲିନିକ ଖୋଲାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି କ୍ଲିନିକରେ ୮ଟି ବେଡ଼ ପ୍ରସ୍ତୁତ ରଖାଯାଇଥିବା ବେଳେ କେବଳ ଜଣେ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ୨୪ଘଣ୍ଟା ଡାକ୍ତର, ନର୍ସ ଡ୍ୟୁଟିରେ ରହୁଛନ୍ତି । ଏହାଛଡା ଏସସିବିରେ ପର୍ଯ୍ୟାପ୍ତ ଟେଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଜନସାଧାରଣ ନିଜେ ସଚେତନ ହେବା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଇଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।

   Related Posts