ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି ଯେ ଯେଉଁମାନେ ମିଛ ପ୍ରଚାର କରୁଛନ୍ତି...ସେମାନେ ବିକାଶ, ନିବେଶ ଏବଂ ରୋଜଗାରର ଶତ୍ରୁ । ପିଏମ୍ ମୋଦୀ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଗତ ୩-୪ ବର୍ଷରେ ଦେଶରେ ୮ କୋଟି ନିଯୁକ୍ତି ସୃଷ୍ଟି ହୋଇଛି । ସେ କହିଛନ୍ତି, 'ଆରବିଆଇ ନିକଟରେ ନିଯୁକ୍ତି ଉପରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ଗତ ତିନି-ଚାରି ବର୍ଷରେ ପ୍ରାୟ ୮ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ଡାଟା ରୋଜଗାର ଉପରେ ମିଛ ପ୍ରଚାର କରୁଥିବା ଲୋକଙ୍କୁ ଚପ୍ କରି ଦେଇଛି ।'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଦେଶରେ ଦକ୍ଷତା ବିକାଶ ଏବଂ ରୋଜଗାରର ଆବଶ୍ୟକତା ରହିଛି । ଆମ ସରକାର ଏହି ଦିଗରେ କାମ କରୁଛି । ପିଏମ୍ ମୁମ୍ୱାଇ ଗୋରେଗାଓଁ ଉପନଗରରେ ରାସ୍ତା, ରେଲୱେ ଏବଂ ବନ୍ଦର ସହ ଜଡ଼ିତ ୨୯,୦୦୦ କୋଟି ଟଙ୍କାର ପରିଯୋଜନାର ଶିଳ୍ୟାନାସ କରିଛନ୍ତି । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେଇ ଏହା କହିଛନ୍ତି । ସେ କହିଛନ୍ତି ଯେ ମୁମ୍ୱାଇ ଏବଂ ଏହାର ଆଖପାଖ ଅଞ୍ଚଳର ଭିତ୍ତିଭୂମି ପରିଯୋଜନା ସହର ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗକୁ ବଢାଇବ । ପିଏମ କହିଛନ୍ତି, 'ଛୋଟ ଏବଂ ବଡ଼ ନିବେଶକ ଆମ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଉତ୍ସାହପୂର୍ବକ ସ୍ୱାଗତ କରିଛନ୍ତି ।'
ପିଏମ୍ ମୋଦୀ କହିଛନ୍ତି ଯେ ମୋର ଲକ୍ଷ୍ୟ ମହାରାଷ୍ଟ୍ରକୁ ଦୁନିଆର ସବୁଠାରୁ ବଡ଼ ଆର୍ଥିକ ଶକ୍ତି କରିବା ଏବଂ ମୁମ୍ୱାଇକୁ ବୈଶ୍ୱିକ ଫିନଟେକ୍ ରାଜଧାନୀ କରିବା । ସେ କହିଛନ୍ତି ଯେ ଦେଶ-ବିଦେଶର ନିବେଶକଙ୍କ ମଧ୍ୟରେ ଗତ ଏକ ମାସରେ ଏହି ଉତ୍ସାହ ସ୍ପଷ୍ଟ ରୂପେ ଦେଖାଯାଇଛି । ଆମ ସରକାର ନିଜର ତୃତୀୟ କାର୍ଯ୍ୟକାଳରେ ତିନି ଗୁଣା ଗତିରେ କାମ କରିବ । ପିଏମ୍ କହିଛନ୍ତି ଯେ ଦେଶର ଜନତା ଲଗାତାର ବିକାଶ ଏବଂ ୨୦୪୭ ଦେଶରେ ବିକଶିତ ରାଷ୍ଟ୍ର ରୂପେ ଦେଖିବାକୁ ଚାହୁଁଛନ୍ତି ।