ଅଷ୍ଟମଶ୍ରେଣୀ ଛାତ୍ରର କାରନାମା, ସାଙ୍ଗ ସହ ମିଶି ଏମିତି କିଛି କଲା ଯେ , ତୃତୀୟ ଶ୍ରେଣୀ ଛାତ୍ରୀ ଆସିବାକୁ ଭୟ କରୁଛି ସ୍କୁଲ

Published By : Prameya-News7 Bureau | December 28, 2018 IST

ଭୋପାଳ ୨୮/୧୨-ଅପରାଧର କୌଣସି ବୟସ ନଥାଏ ।ଯେ କୌଣସି ବୟସରେ ବି ଅପରାଧ ଘଟିପାରେ ।  ନାବାଳକ ବି ଅପରାଧ କରି ଆଇନକୁ ହାତକୁ ନେବାକୁ ପଛାଉନାହାଁନ୍ତି । ଅପ୍ରାପ୍ତ ବୟସରେ ନାବାଳକମାନେ ଏପରି କିଛି ଅପରାଧ କରୁଛନ୍ତି, ଯାହା ସମାଜପାଇଁ ବି ଲଜ୍ଜାଜନକ ଘଟଣା ।

{"id":68029,"width":591,"height":388}

ଏହିଭଳି ଘଟଣାଟିଏ ଘଟିଛି ଭୋପାଳର ଗୋବିନ୍ଦପୁରା ଅଂଚଳରେ। ଜଣେ ତୃତୀୟ କ୍ଲାସରେ ପଢ଼ୁଥିବା ଛାତ୍ରୀ ସେହି ସ୍କୁଲର ୮ମ ଶ୍ରେଣୀର ଜଣେ ଛାତ୍ର ଓ ତାର ଜଣେ ସହଯୋଗୀ ଦ୍ଵାରା ହୋଇଛି ଦୁଷ୍କର୍ମର ଶିକାର ।

ଏଏସପି ଦିନେଶ କୌଶଳ କହିବା ଅନୁସାରେ ପୀଡ଼ିତା ଛାତ୍ରୀ ଜଣକ ୮ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କ ପଡ଼ୋଶୀ । ତେଣୁ  ସ୍କୁଲରୁ ଫେରିବା ସମୟରେ ରାସ୍ତାରେ ୩ୟ ଶ୍ରେଣୀ ଛାତ୍ରୀ ସହ ସେ ଏହି ଦୁଷ୍କର୍ମ କରିଥିବା ପ୍ରକାଶ କରିଛନ୍ତି । ଘଟଣା ଘଟିବାପରେ ନାବାଳିକା ଛାତ୍ରୀ ଜଣକ ଏବାବଦରେ ଘରେ କାହାକୁ କିଛି କହି ନ ଥିଲେ । ରାତିରେ ପେଟରେ ଯନ୍ତ୍ରଣା ହେବା କଥା ପୀଡ଼ିତା ଜଣକ ତାଙ୍କ ମାଆକୁ କହିବା ପରେ ଏହି ଘଟଣାର ହୋଇଥିଲା ଫର୍ଦ୍ଦାଫାଶ । ପୀଡ଼ିତାଙ୍କ ମାଆ ଏ ବାବଦରେ ଜାଣିବା ପରେ ଥାନାରେ ବିଧିବଦ୍ଧ ଅଭିଯୋଗ କରିଥିଲେ ।

{"id":68030,"width":591,"height":388}

ଏହି ଦୁଷ୍କର୍ମରେ ୮ମ ଶ୍ରେଣୀ ଛାତ୍ରଙ୍କ ସହ ଆଉ ଜଣେ ସହଯୋଗୀ ଥିବା କହିଛନ୍ତି ପୀଡ଼ିତା । ସେ ସ୍କୁଲରୁ ଫେରିବା ସମୟରେ ଗୋଟିଏ ନିଛାଟିଆ ଜାଗାକୁ ନେଇ ଜବରଦସ୍ତ ଏହିସବୁ କାମ କରିଥିବା କଥା ସେ କହିଛନ୍ତି ।

ପୀଡ଼ିତାଙ୍କୁ ଡ଼ାକ୍ତରୀମାଇନା କରିବା ସହ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଅପରାଧ କରିଥିବା ଛାତ୍ରଙ୍କୁ ପୋଲିସ ଖୋଜୁଛି ।ଏବେ ପିଡୀତା ଛାତ୍ରୀ ଆଉ ସ୍କୁଲ ଯିବାକୁ ଚାହୁଁ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.