ବଡ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ : ୮ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | April 14, 2024 IST

ସୋନପୁର ୧୪।୪: ଚୋରି ଘଟଣାର ପର୍ଦ୍ଦାଫାସ । ଚୋର ସହ ଚୋରି ସାମଗ୍ରୀ ଉଦ୍ଧାର । ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ହୋଇଥିବା ଏକ ବଡ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି । ତରଭା ପୋଲିସ ଚୋର ମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି । ଏ ନେଇ ତରଭା ଥାନାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ମୋନାଲିସା କର ମେଣ୍ଡା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ସେ ଓ ତାଙ୍କ ପରିବାର ଗତ ବର୍ଷ ଅକ୍ଟୋବର ମାସରୁ ଭୁବନେଶ୍ୱରରେ ରହିଥିଲେ । ଏହି ସମୟରେ ତାଙ୍କ ମେଣ୍ଡା ସ୍ଥିତ ଘରଟି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ସମସ୍ତ ସୁନା, ରୂପା ଅଳଙ୍କାର, ପିତ୍ତଳ ସାମଗ୍ରୀ ତଥା ବିଭିନ୍ନ ସାମଗ୍ରୀ ଚୋରି ନେଇଯାଇଛନ୍ତି । ଚଳିତ ମାସ ୪ ତାରିଖ ଘରକୁ ଫେରିବା ପରେ ସେ ଘରର ବିଭିନ୍ନ ସାମଗ୍ରୀ ନପାଇ ପୋଲିସକୁ ଖବର ଦେଇଥିଲେ । ସୋନପୁର ଏସପି ୟଶପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ଇନ୍ସପେକ୍ଟର ରମେଶ ମାହାଣା, ତରଭା ଆଇଆଇସି ଅନିତା କିଡୋ, ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁଙ୍କୁ ନେଇ ଗଠିତ ଟିମ ତଦନ୍ତ ଆରମ୍ଭ କରି ୭ ତାରିଖ ଏହି ଘଟଣାରେ ପୂର୍ବରୁ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଶନିବାର ଅନ୍ୟ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହା ସହ ଚୋରି ହୋଇଥିବା ପ୍ରାୟ ୫ ଭରି ସୁନା ଅଳଙ୍କାର, ରୂପା ଅଳଙ୍କାର, ଅନେକ ପିତ୍ତଳ ସାମଗ୍ରୀ ସହ ୩୭ ହଜାର ଟଙ୍କା ଉଦ୍ଧାର କରିବାରେ କରିଛି । ଚୋରି ଘଟଣାର ପର୍ଦ୍ଦାଫାସ ସହ ଚୋର ମାନେ ଧରା ପଡ଼ିଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରିଛନ୍ତି l

You Can Read :

ସିରିଜ ଡକାୟତି : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.