ଜାମ୍ମୁ-କାଶ୍ମୀରରେ ଫେରୁଛି ଶାନ୍ତି : ଆସନ୍ତାକାଲି ଇଦ୍ ଉପଲକ୍ଷେ ଘାଟିରେ କଟକଣା କୋହଳ,ବଜାରରେ କିଣାକିଣି କରୁଛନ୍ତି ଲୋକେ

Published By : Prameya-News7 Bureau | August 11, 2019 IST

ଶ୍ରୀନଗର ୧୧/୮: ଆସନ୍ତାକାଲି ଇଦ୍ ଉପଲକ୍ଷେ କାଶ୍ମୀର ଘାଟିରେ କଟକଣା କୋହଳ କରାଯାଇଛି । ଜାମ୍ମୁ ସମେତ ଶ୍ରୀନଗର, କାଠୁଆ, ସାମ୍ବା, ଉଦ୍ଧମପୁର, ଅନନ୍ତନାଗ ଏବଂ ବୁଡଗାମ୍ ରେ କାଲିଠୁ କଟକଣା କୋହଳ କରାଯିବା ପରେ ଲୋକେ ବଜାରରେ କିଣାକିଣି କରୁଛନ୍ତି । ଡୋଡା ଏବଂ କିସ୍ତୱାରରେ ଗତକାଲି ୧ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା । ତେବେ ପୁଞ୍ଚ, ରାଜୌରି ଏବଂ ରାମବନରେ କର୍ଫ୍ୟୁ ବଳବତ୍ତର ରହିଛି ।

ସ୍ଥିତି ସ୍ବାଭାବିକ ହେଉଥିବାରୁ ଆଜି ମଧ୍ୟ ଘାଟିର ଅନେକ ସ୍ଥାନରେ କଟକଣା କୋହଳ କରାଯାଇଛି । ସବୁଠି ଇଦ୍ ର ମାହୋଲ ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ସ୍ଥିତି ନିୟନ୍ତ୍ରଣରେ ଥିବା ପ୍ରଶାସନ କହିଛି । ଶ୍ରୀନଗରରେ ୩୫୦ ଏଟିଏମ୍ କାମ କରୁଛି । ତେବେ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଗତକାଲି ୫ଟି ଜିଲ୍ଲାରେକଟକଣା କୋହଳ ପରେ ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଛି । କିନ୍ତୁ ପାକିସ୍ଥାନ ଓ ସେଠାକାର କିଛି ଉଗ୍ରବାଦୀ ଲୋକେ ଅପପ୍ରଚାର କରୁଛନ୍ତି । ଯାହାକୁ ନେଇ ସ୍ପଷ୍ଟି କରଣ ଦେଇଛନ୍ତି କାଶ୍ମୀର ଆଇଜି ।

କିଛି ଗଣମାଧ୍ୟମରେ ଫାଇରିଂ ନେଇ ଖବର ପ୍ରକାଶ ପାଇଥିବାରୁ ତାହାକୁ ଖଣ୍ଡନ କରିଛନ୍ତି ଆଇଜି ଏସ୍ ପି ପାନି । ଗତ ୬ ଦିନ ହେଲା ପରିସ୍ଥିତି ଶାନ୍ତ ଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ସାମାନ୍ୟ ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.