scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୀରାକୁଦରେ ଜଳସ୍ତର ୬୨୧ ଫୁଟ ରହିଛି, କେଉଁଠି ବିପଦ ନାହିଁ – ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

5/08/2023 at 2:54 PM

Hirakud Dam

ଭୁବନେଶ୍ୱର ୦୫।୦୮: ହୀରାକୁଦରେ ଜଳସ୍ତର ୬୨୧ ଫୁଟ ଅଛି । ଜଳଭଣ୍ଡାରକୁ ୪ ଲକ୍ଷ ୭୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ୨ ଲକ୍ଷ ୨୩ ହଜାର ଜଳ ନିଷ୍କାସନ ହେୁଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ୧୭ଟି ଗେଟ୍‌ ଖୋଲା ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଖଇରମାଲ ୩ ଲକ୍ଷ ୪୦ରୁ ୪୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ୩ ଲକ୍ଷ ୭୦ ହଜାର କ୍ୟୁସେକ୍‌ ଜଳ ପାସ କରୁଛି । ହୀରାକୁଦର ୧୭ଟି ଗେଟ ଖୋଲା ଅଛି । ଯେହେତୁ ହୀରାକୁଦରେ ଜଳସ୍ତର ବଢ଼ି ୬୨୧ ଫୁଟକୁ ଗଲାଣି । ତେଣୁ ଆଉ ପାଞ୍ଚଟି ଗେଟ ଖୋଲିବାକୁ ପଡିଲା । ଗେଟ ଖୋଲିବାର ପ୍ରଭାବ ୩୬ ଘଣ୍ଟା ପରେ ପଡିବ । ସେ ସମୟରେ ମୁଣ୍ଡଳୀରେ ଯେପରି ୪ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ରହିବ । ତାକୁ ହିସାବ କରି ଗେଟ ଖୋଲା ଯାଉଛି ।

ହୀରାକୁଦ ଜଲଭଣ୍ଡାର ଜଳସ୍ତର ଓ ମହାନଦୀ ନିମ୍ନ ଅବବାହିକାର ସ୍ଥିତିକୁ ହିସାବ କରି ଗେଟ ଖୋଲିବା ନିଷ୍ପତ୍ତି ନିଆଯାଏ । ହଡ଼ଗଡ଼ରେ ଜଳ ପ୍ରବାହ ବହୁତ ଥିଲା । ଦିନ ୧୦ରେ ତା ଜଳସ୍ତର ଅଧିକ ଥିଲା । ତେଣୁ ତାର ତିନୋଟି ଗେଟ ଖୋଲା ଯାଇଛି । ରେଙ୍ଗାଲିରେ ଟିକେ ବଢୁଛି । ହେଲେ ବାକି ସବୁଠି ସ୍ଥିତି ଠିକ ଅଛି । ବିପଦ କେଉଁଠି ନାହିଁ, ଉପକୂଳରେ ଜଳସ୍ତର କମିବାକୁ ସମୟ ଲାଗୁଛି । ଦୟାନଦୀ ଓ ରାଜୁଆ ନଦୀରେ ବନ୍ୟା ଜଳ କମୁଛି । ହେଲେ ତାହା ଏତେ ଶୀଘ୍ର ଖସେନାହିଁ ।

ରାଜୁଆ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ପ୍ରବାହିତ ହୁଏ । ବନ୍ୟା ଜଳ କମିଲେ, ତୁରନ୍ତ ମରାମତି କାମ ହେବ । ବର୍ତମାନ ବର୍ଷା ନାହିଁ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କଣାସ ବ୍ଲକ କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ, ଜଗତସିଂହପୁରର ଏରସମା ଓ ମାଛଗାଁ ବ୍ଲକକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଜଳ ସମ୍ପଦ ଅଧିକାରୀ ସବୁ ତଳିଆ ଅଞ୍ଚଳରେ ଅଛନ୍ତି । ଏବେ ସୁଦ୍ଧା ସବୁ ସ୍ୱାଭାବିକ ଅଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ପାସ କରିଛି । ଆଗକୁ ବର୍ଷା ଦେଖି ଯାହା ନିଷ୍ପତ୍ତି ନିଆଯିବ।

   Related Posts