ନୂଆଦିଲ୍ଲୀ ୦୩।୦୯: ବଲିଉଡ୍ର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ଘରେ ପୁଣି ଥରେ ଶୋକର ମାହୋଲ । ଦିଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନ୍ଙ୍କ ମୃତ୍ୟୁ ହୋଇଯାଇଛି । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏହସାନ ଖାନ୍ କରୋନା ଭାଇରସରେ ସଂକ୍ରମିତ ହେବା ପରେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଏହସାନଙ୍କୁ ହୃଦରୋଗ, ଉଚ୍ଚ ରକ୍ତଚାପ ପରେ ଆଉ କିଛି ରୋଗରେ ପୀଡିତ ଥିଲେ । ବୁଧବାର ରାତି ପ୍ରାୟ ୧୧ଟାରେ ଏହସାନଙ୍କ ପରଲୋକ ହୋଇଯାଇଛି ।
wp:html/wp:htmlEhsan Khan, younger brother of veteran actor Dilip Kumar passed away at 11 pm yesterday. He had tested positive for #COVID19 and had heart disease, hypertension and Alzheimer: Lilavati hospital, Mumbai #Maharashtra
— ANI (@ANI) September 3, 2020
ଲୀଲାବତୀ ହସ୍ପିଟାଲରେ ବିଳମ୍ବିତ ରାତିରେ ଏକ ବୟାନ ଜାରି କରାଯାଇଛି ଯେ, ଏହସାନ ଖାନ୍ଙ୍କ ମୃତ୍ୟୁ ହୋଇଯାଇଛି। ଏହସାନ କରୋନା ସଂକ୍ରମିତ ଥିଲେ , ତାଙ୍କୁ ହୃଦରୋଗ ଓ ଉଚ୍ଚ ରକ୍ତଚାପ ପରି ଆଉ କିଛି ରୋଗରେ ଆକ୍ରାନ୍ତ ଥିଲେ । ଏହାସାନ ଖାନ୍ଙ୍କ ପୂର୍ବରୁ ୨୧ଅଗଷ୍ଟରେ ଦିଲୀପ କୁମାରଙ୍କ ଆଉ ଜଣେ ସାନଭାଇ ଅସଲମ ଖାନ୍ଙ୍କ ମୃତ୍ୟୁ ହୋଇସାରିଛି । ୮୮ ବର୍ଷ ବୟସରେ ଅସଲମ୍ଙ୍କ ପରଲୋକ ହୋଇଛି । ସେ ମଧ୍ୟ କୋଭିଡ଼-୧୯ ସଂକ୍ରମିତ ଥିଲେ , ଏବଂ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଅସଲମ ଖାନ୍ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାର, ହୃଦରୋଗରେ ଆକ୍ରାନ୍ତ ଥିଲେ । ସେ ମଧ୍ୟ କରୋନା ସଂକ୍ରମିତ ଥିଲେ ।
ଦିଲୀପ କୁମାରଙ୍କ ୨ ଭାଇ ଏହସାନ ଖାନ୍ ଓ ଅସଲମ୍ ଖାନ୍ଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେଉଥିଲା । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ୨ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା , ଏବଂ ଦୁଇ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ମେଡିକାଲରେ ଚିକିତ୍ସା ଜାରି ରହିଥିଲା ବେଳେ ଅସଲମ୍ ଖାନ୍ଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଏହସାନ୍ ଖାନ୍ଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ତାଙ୍କ ସ୍ଥିତି ଗମ୍ଭୀର ରହିଥିଲା , ମେଡିକାଲରେ ଡାକ୍ତର କହିଥିଲେ ଯେ, ଏହସାନ ଖାନ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଭଳ ନଥିଲେ, ସେ ଅଧିକ ଚଳପ୍ରଚଳ କରିପାରୁନଥିଲେ । ତାଙ୍କ ଶରୀରରେ ପୂର୍ବରୁ ଅକ୍ସିଜେନ୍ କମ୍ ଥିଲା । ଏଥିପାଇଁ ତାଙ୍କୁ କରୋନା ହେବା ପରେ ଆହୁରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ନିଶ୍ୱାସ ନେବାରେ ବହୁ ଅସୁବିଧା ହେଉଥିଲା । ଶେଷରେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।