ପରୀକ୍ଷାରେ ଫେଲ୍ ହୋଇଗଲେ ଗାର୍ଲଫ୍ରେଣ୍ଡ, ସ୍କୁଲରେ ନିଆଁ ଲଗାଇଦେଲା ବୟଫ୍ରେଣ୍ଡ

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ ।୮:  ବିବାହ ସାଧାରଣତଃ ମନୁଷ୍ୟମାନେ କରିଥାନ୍ତି । ଏହା ଜୀବନର ଏକ ସ୍ମରଣୀୟ ମୂହୁର୍ତ୍ତ । ଏଥିପାଇଁ ସମସ୍ତେ ଏହି ମୁହୂର୍ତ୍ତକୁ ଭଲରେ ବଞ୍ଚିବାକୁ ଚାହାଁନ୍ତି । ଏଥିପାଇଁ କେତେ କଣ କରିବାକୁ ପଡ଼ିଥାଏ । କିନ୍ତୁ ଇଜିପ୍ଟରେ ଜଣେ ଯୁବକ ନିଜ ବିବାହ ବଞ୍ଚାଇବା ପାଇଁ ସବୁ ସୀମା ଅତିକ୍ରମ କରିଦେଇଛନ୍ତି । ଏହି ଯୁବକ ଜଣଙ୍କ ନିଜ ବିବାହକୁ ବଞ୍ଚାଇବା ପାଇଁ ଏକ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି । ଯଦିଓ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ, କିନ୍ତୁ ସ୍କୁଲର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି ।

ଏକ ରିପୋର୍ଟ ଅନୁଯାୟୀ, କାହିରାର ଉତ୍ତରରେ ଥିବା ମେନୋଫିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ଘାରବିଆ ପ୍ରଦେଶର ଏକ ସ୍କୁଲରେ ନିଆଁ ଲଗାଇ ଦେଇଥିଲେ । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି । ତେବେ ପଚରାଉଚରା ବେଳେ ସେ ଯାହା ତଥ୍ୟ ଦେଇଛନ୍ତି ତାହା ଶୁଣି ଯାଞ୍ଚ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେ କହିଛନ୍ତି ଯେ, ତାଙ୍କ ପ୍ରେମିକା ଏହି ସ୍କୁଲରେ ପାଠ ପଢନ୍ତି । ପରୀକ୍ଷାରେ ଭଲ ହୋଇନଥିଲା । ସେ ପରୀକ୍ଷାରେ ଫେଲ୍ ହୋଇଥିଲେ । ଫଳରେ ତାଙ୍କୁ ପୁଣି ପାଠ ପଢିବାକୁ ପଡ଼ିଥାନ୍ତା । ତାଙ୍କ ବିବାହ ଆଉ ବର୍ଷେ ପର୍ଯ୍ୟନ୍ତ ଘୁଞ୍ଚିଥାନ୍ତା । ଏହି କାରଣରୁ ସେ ସ୍କୁଲ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ଏବଂ ପ୍ରଶାସନ ବ୍ଲକକୁ ଜାଳିଦେବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ସମସ୍ତ କାଗଜପତ୍ର ପୋଡି ଯାଇଥିଲା।

ଯୋଜନା ଅନୁଯାୟୀ ସେ ସ୍କୁଲରେ ନିଆଁ ଲଗାଇ ସେଠାରୁ ପଳାଇ ଯାଇଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ସେତେବେଳକୁ ସ୍କୁଲର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ଏବଂ ପ୍ରଶାସନ ବ୍ଲକରେ  ବହୁ କ୍ଷୟକ୍ଷତି ହୋଇଥିଲା । ଅନେକ ଛାତ୍ରଙ୍କ ରେକର୍ଡ ନଷ୍ଟ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନଥିଲେ । ନିଆଁ ଲଗାଇବା ପରେ ଯୁବକ ତାଙ୍କ ଗାଁକୁ ପଳାଇଥିଲେ । ସେଠାରୁ ପୋଲିସ ତାଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.