ଇଜିପ୍ଟର ମନ୍ଦିରରୁ ମିଳିଲା ୨୦୦୦ ମେଣ୍ଢା ମୁଣ୍ଡ, ଜାଣନ୍ତୁ କ’ଣ ଏହାର ରହସ୍ୟ…
27/03/2023 at 10:55 PM

ନୂଆଦିଲ୍ଲୀ, ୨୭/୦୩: ଏମିତିରେ ତ’ ଇଜିଫ୍ଟର ଏହାର ପିରାମିଡ୍ ଏବଂ ଏହା ଭିତରେ ଥିବା ମମୀ ପାଇଁ ସାରା ବିଶ୍ବର ପରିଚିତ। ହେଲେ ଏବେ ପୁଣି ଇଜିପ୍ଟରେ କିଛି ଏଭଳି ଖୋଜ୍ ହୋଇଛି ଯାହା ଦୁନିଆ ସାରା ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରେ। ପ୍ରକୃତରେ ଏଠାରେ ପ୍ରତ୍ନତତ୍ତ୍ବବିତ୍ମାନଙ୍କୁ ମେଣ୍ଢାଙ୍କ ମୁଣ୍ଡର ମମୀ ମିଳିଛି। ବଡ଼ କଥା ହେଉଛି ଏହି ମେଣ୍ଢା ମୁଣ୍ଡ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏହାର ମାତ୍ରା ୨୦୦୦ ରୁ ଅଧିକ ରହିଛି।
ଏହି ମେଣ୍ଢାଙ୍କୁ ଫାରୋ ରାମସେସ୍ ଦ୍ବିତୀୟଙ୍କ ମନ୍ଦିରରେ ବଳି ଚଢ଼ାଯାଇଥିଲା। ଏନେଇ ଏଠିକାର ପର୍ଯ୍ୟଟନ ଏବଂ ପ୍ରତ୍ନତତ୍ତ୍ବ ମନ୍ତ୍ରାଳୟ ତରଫରୁ ଦିଆଯାଇଛି। ସେହିପରି ନ୍ୟୁୟର୍କ ୟୁନିଭର୍ସିଟିର ଆମେରିକୀୟ ପତ୍ନତତ୍ତ୍ବବିତ୍ମାନଙ୍କ ଏକ ଟିମ୍ କୁକୁର, ଛେଳି, ଗାଈ, ନେଉଳ ଇତ୍ୟାଦିଙ୍କ ମମୀକୁ କବରରୁ ବାହାର କରିଛନ୍ତି। ଏହି କବର ପ୍ରସିଦ୍ଧ ଆବିଡୋସ ମନ୍ଦିରରୁ ମିଳିଛି।
ରାମସେସ୍ ଦ୍ବିତୀୟ ଇଜିପ୍ଟରେ ୧୩୦୪ ରୁ ୧୨୩୭ ବିସି ପର୍ଯ୍ୟନ୍ତ ଶାସନ କରିଥିଲେ। ତେବେ ପ୍ରତ୍ନତତ୍ତ୍ବବିତ୍ଙ୍କ କହିବା ଅନୁଯାୟୀ ଏହି ନୂଆ ଖୋଜ୍ ଦ୍ବାରା ଲୋକଙ୍କୁ ରାମସେସ୍ ଦ୍ବିତୀୟଙ୍କ ମନ୍ଦିର ବିଷୟରେ ଅଧିକ ତଥ୍ୟ ମିଳିବ।
ତେବେ ଏହି ପଶୁଙ୍କ ମମୀ ବ୍ୟତୀତ ପ୍ରତ୍ନତତ୍ତ୍ବବିତ୍ମାନଙ୍କୁ ଚାରି ହଜାର ବର୍ଷ ପୁରୁଣା ଏକ ଦୁର୍ଗର ଅବଶେଷ ମଧ୍ୟ ମିଳିଛି। ଏହାର କାନ୍ଥର ୧୬ ଫୁଟ୍ ମୋଟେଇ ରହିଛି। ଏହା ସହ ସେମାନଙ୍କୁ ମୂର୍ତ୍ତିଳ ପ୍ରାଚୀନ ବୃକ୍ଷର ଅବଶେଷ, ଚମଡ଼ାର କପଡ଼ା ଏବଂ ଜୋତା ମଧ୍ୟ ମିଳିଛି।