ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼, ୩ ଜଣ କଂଗ୍ରେସ କର୍ମୀ ଅଟକ

Published By : Prameya-News7 Bureau | October 24, 2018 IST

ନବରଙ୍ଗପୁର ୨୪/୧୦: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ନେଉରା ପଞ୍ଚାୟତର ମୁଣ୍ଡିବେଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଏକ କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ କରିବା ପାଇଁ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତା ଯୋଗଦାନ କରିବା ପାଇଁ ଯାଉଥିବା ସମୟରେ ସ୍ଥାନୀୟ କଂଗ୍ରେସ କର୍ମୀ ଦ୍ବାରା କଳା ପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡା ମାଡ଼ କରିଛନ୍ତି । ଘଟଣା ସମୟରେ ବିଜେଡିକମୀ ମାନେ ମଧ୍ୟ କଂଗ୍ରେସକର୍ମୀ ମାନଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣାରେ ତିନି ବିଷୋଭ କଂଗ୍ରେସ କର୍ମୀଙ୍କୁ ଉମରକୋଟ ପୋଲିସ ଅଟକ ରଖିଛନ୍ତି । ଘଟଣାରୁ ପ୍ରକାଶ ଏହି ପଞ୍ଚାୟତରେ କଂଗ୍ରେସର ଦବଦବା ରହିଅଛି । ସ୍ଥାନୀୟ ସରପଞ୍ଚ, ନୟେବ ସରପଞ୍ଚ ତଥା ଓ୍ବାର୍ଡମେମ୍ବର ମାନଙ୍କୁ କୌଣସି ସୂଚନା ନ ଦେଇ ଏହି କାର୍ଯ୍ୟକ୍ରମ ହେବାଯୋଗୁଁ ଏହି ପ୍ରକାର ଅଭାବନୀୟ ଘଟଣା ଘଟିଛି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.