LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଗାମୀ ଦିନରେ ମହଙ୍ଗା ଅଣ୍ଡା ଖାଇବାକୁ ହୋଇଯାଆନ୍ତୁ ପ୍ରସ୍ତୁତ, ଜାଣନ୍ତୁ କାହିଁକି

2/10/2020 at 12:17 PM

ନୂଆଦିଲ୍ଲୀ ୦୨/୧୦ : ଅକ୍ଟୋବର ମାସରୁ ଟିକିଏ ଟିକିଏ ଶୀତ ପଡିବା ଆରମ୍ଭ ହୋଇଯାଇଥାଏ । ଶୀତ ପଡିଲେ ଲୋକେ ଅଣ୍ଡା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । କାରଣ ଗରମ ଦିନରେ ଅଧିକାଂଶ ଲୋକେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତିନି । ଡାକ୍ତର ମଧ୍ୟ କୁହନ୍ତି ଯେ ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ ଅଛି । ସେଥିପାଇଁ ମଧ୍ୟ ଅଧିକ ଲୋକ ଅଣ୍ଡା ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଣ୍ଡାର ଦାମ ବଢିଯାଇଛି ଯାହା ଲୋକଙ୍କ ଚିନ୍ତା ବଢ଼ାଇଛି । ଅକ୍ଟୋବର ମାସରେ ଗୋଟିଏ ଅଣ୍ଡା ୭-୮ ଟଙ୍କା ହୋଇପାରେ । ବ୍ୟବସାୟୀ ଦାବି କରିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଅଣ୍ଡା ଦାମ ଆହୁରି ବଢିପାରେ ।

ଉତ୍ତର ପ୍ରଦେଶ କୁକୁଡ଼ା ଫାର୍ମ ଆସୋସିଏସନ ସଭାପତି ନବାବ ଅଲି କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରୁ କୁକୁଡ଼ାଙ୍କ ଉପରେ ମଧ୍ୟ କରୋନା ପ୍ରଭାବ ପଡିଥିଲା । କୌଣସି ଗବେଷକ ବା ବୈଜ୍ଞାନିକ କହିନଥିଲେ ଯେ କୁକୁଡ଼ା ସଂକ୍ରମିତ ହୋଇଥାନ୍ତି କିମ୍ବା କୁକୁଡ଼ା ଅଣ୍ଡା ଖାଇଲେ ସଂକ୍ରମଣ ହୋଇପାରେ । କିନ୍ତୁ ତଥାପି କୁକୁଡ଼ା ଓ ଅଣ୍ଡାକୁ ନେଇ ସୋସିଆଲ ମିଡ଼ିଆରେ ନାନା ଗୁଜବ ସୃଷ୍ଟି ହୋଇଥିଲା ଯାହାଫଳରେ କୁକୁଡ଼ା ଫାର୍ମ ବ୍ୟବସାୟ ଅନେକ କ୍ଷତିର ସାମ୍ନା କରିଥିଲା । ଲୋକେ କୁକୁଡ଼ା ଓ ଅଣ୍ଡା ଖାଇବା ଛାଡିଦେଲେ । ଅପରପକ୍ଷରେ ଲକଡାଉନ ଯୋଗୁଁ କୁକୁଡ଼ାଙ୍କ ଦାନା ମଧ୍ୟ ଆଉ ମିଳିଲାନି । ଫଳରେ ବ୍ୟବସାୟୀଙ୍କ ବହୁତ କ୍ଷତି ହୋଇଥିଲା ।

ନବାବ ଅଲି କହିଛନ୍ତି ଯେକୌଣସି କୁକୁଡ଼ା ଫାର୍ମକୁ ଗଲେ ବି ଦେଖିବେ ସେଠାରେ ବର୍ତ୍ତମାନ ୪୦ ରୁ ୪୫ ପ୍ରତିଶତ କୁକୁଡ଼ା ହିଁ ଅଛନ୍ତି । କିନ୍ତୁ ଶୀତ ଆରମ୍ଭ ହେବା ମାତ୍ରେ କୁକୁଡ଼ା ଓ ଅଣ୍ଡାର ଚାହିଦା ବୃଦ୍ଧି ପାଇବ । କିନ୍ତୁ ଚାହିଦା ଅନୁଯାୟୀ ଫାର୍ମ ଅଣ୍ଡା ଯୋଗାଇ ପାରିବନି । ଫଳରେ ଅଣ୍ଡା ଦାମ ବୃଦ୍ଧି ପାଇବ ।

   Related Posts