ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28/09/2023 at 3:10 PM

ଟାଙ୍ଗୀ ୨୮।୦୯ : ଚିଲିକାର ପୂର୍ବତନ ବିଧାୟକ ତଥା BJD ନେତା ରଘୁନାଥ ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ଼ । ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଥାନା ତଥା ବାଣପୁର NAC ର ଜଗନ୍ନାଥପୁର ବିଷରପାଟଣା ଛକରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ଚା’ ଖଟିରେ ରଘୁନାଥ ଯୋଗ ଦେଇଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀ ଆସି ହଠାତ୍ ତାଙ୍କ ଗାଡ଼ି ଉପରକୁ ଅଣ୍ଡା-ଟମାଟୋ ମାଡ଼ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ନିର୍ବାଚନ ପୂର୍ବରୁ ଚିଲିକାରେ ଏବେ ଠାରୁ ରାଜନୈତିକ ଉଷ୍ମତା ଦେଖାଦେଲାଣି ।
ବିଜେଡି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଚା’ ଖଟିକୁ ଯାଇଥିବା ବେଳେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡି ଉପରକୁ ହୋଇଥିଲା ଅଣ୍ଡା-ଟମାଟୋ ମାଡ। ସେଠାରେ ଉପସ୍ଥିତ ଥିବା ସାଧାରଣ ଜନତା ଏଥିରୁ ବର୍ତ୍ତିନଥିଲେ । ଫଳରେ ଅଣ୍ଡା-ଟମାଟୋ ମାଡ କରୁଥିବା ୨୦/୩୦ ଯୁବକଙ୍କ ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋ-ହଲ୍ଲା ହୋଇଥିଲା । ଅଣ୍ଡା-ଟମାଟୋ ମାଡ କରିଥିବା ଯୁବକଙ୍କ ବିରୁଦ୍ଧରେ ସ୍ଥାନୀୟ ଲୋକମାନେ ବାଣପୁର ଥାନାରେ ଏତଲା ଦାଏର କରିଛନ୍ତି ।