ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସୁସ୍ଥ ଶିଶୁ ଗଠନ ପାଇଁ ନୀତି ଆୟୋଗଙ୍କ ପ୍ରୟାସ; କୋରାପୁଟରେ ଆରମ୍ଭ ହେଲା ପାଇଲଟ ପ୍ରକଳ୍ପ  

27/05/2022 at 11:11 PM

କୋରାପୁଟ ୨୭/୦୫ : ଉନ୍ନତ ପାଳନ ପୋଷଣ କରି ଶାରୀରିକ ମାନସିକ ସ୍ତରରେ ସୁସ୍ଥ ସବଳ ଶିଶୁ ଗଠନ କରିବାକୁ ଲକ୍ଷ ରକ୍ଷାଯାଇଛି। ସୁସ୍ଥ ସବଳ ସଶକ୍ତ ଶିଶୁ ସୃଷ୍ଟି ଦ୍ବାରା ଦେଶର ବିକାଶ ସମ୍ଭବ ହୋଇ ପାରିବ।ଏନେଇ କୋରାପୁଟ ଜିଲ୍ଲାରେ ନୀତି ଆୟୋଗଙ୍କ ଦ୍ବାରା ଶିଶୁଙ୍କ ପାଇଁ  ଜନ୍ମଠାରୁ ୧୦୦୦ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଛି। ସାରା ଭାରତରେ ୨ ଟି ଜାଗାରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଓଡିଶାର କୋରାପୁଟରେ ଆଜି ଶୁଭାରମ୍ଭ ହୋଇଇଛି। ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶର ଫତେପୁରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ଜଣାପଡ଼ିଛି

ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ କାର୍ଯ୍ୟକ୍ରମର ତଦାରଖ କରୁଥିବା ବେଳେ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଦାୟିତ୍ବ ଭିକ୍ରମଶୀଳା ଏଜୁକେସନାଲ ସୋସାଇଟିକୁ ଦିଆଯାଇଛି। ଜନ୍ମ ହେବାର ପ୍ରଥମ ୩ ବର୍ଷ ଶିଶୁଙ୍କ ପାଇଁ  ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ଯାହା ବିକାସ ହୋଇଥାଏ ତାହା ପରବର୍ତ୍ତି ଜୀବନ ଯାପନ ପାଇଁ ଅଗ୍ରସର ହୋଇଥାଏ। ଏଣୁ ପ୍ରଥମ ୧୦୦୦ ଦିନ ମଧ୍ୟରେ ଜନ୍ମିତ ଶିଶୁକୁ ଉପଯୁକ୍ତ ଲାଳନ ପାଳନ କରିବା ସହ,ପୁଷ୍ଟିକର ଖାଦ୍ୟ ଦେଇ ସୁସ୍ଥ ସବଳ ଶିଶୁ ସୃଷ୍ଟି କରିବାକୁ ଏହି ଯୋଜାନାର ମୂଳ ଲକ୍ଷ୍ୟ ରହିଛି।

ଏହା ସହ ବାପା ଓ ମାଙ୍କ ମଧ୍ୟରେ ଶିଶୁର ସଠିକ ଲାଲନ ପାଳନ  କରିବା ସହ ଉପଯୁକ୍ତ ଯତ୍ନ କିପରି ନିଆଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯିବ। ଅଙ୍ଗନୱ୍ବାଡି କେନ୍ଦ୍ରରେ ଖେଳକୁଦ ମାଧ୍ୟମରେ ଶିଶୁକୁ ଅଧିକ ସଶକ୍ତ କରାଇବାର ବ୍ୟବସ୍ଥା ରହିଛି। ପ୍ରଥମ ୩ ବର୍ଷ  ଶିଶୁଙ୍କ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଶିଶୁର ସର୍ବାଙ୍ଗିନ ଉନ୍ନତି ସୁସ୍ଥ ଶିଶୁ ଗଠନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ ରହିଥିବା କୁହାଯାଇଛି । ଏବଂ ଏହି ଲକ୍ଷ ହାସଲପାଇଁ ଅଙ୍ଗନୱ୍ବାଡି କେନ୍ଦ୍ର ଗୁରୁତ୍ବ ପୂର୍ଣ୍ଣ  ଭୁମିକା ଗ୍ରହଣ କରିବ ।

ତେଣୁ ଅଙ୍ଗନୱ୍ବାଡି କର୍ମୀ ଓ ଆଶା କର୍ମୀମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯିବ ବୋଲି  କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର କହିଛନ୍ତି । ଆକାଙ୍କ୍ଷି ଜିଲ୍ଲା ମଧ୍ୟରେ କୋରାପୁଟ ଜିଲ୍ଲା ରହିଥିବାବେଳେ ଶିକ୍ଷା,ସ୍ବାସ୍ଥ୍ୟ ଓ ଶିଶୁ ସ୍ବାସ୍ଥ କ୍ଷେତ୍ରରେ ଉନ୍ନତ ପରିଚାଳନା ନୂତନ ସମ୍ଭାବନା ସୃଷ୍ଟି କରିଥିବାରୁ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପର୍ଯ୍ୟାୟରେ କୋରାପୁଟରେ କାର୍ଯ୍ୟକାରି କରିବାକୁ ନୀତି ଆୟୋଗ ନିଷ୍ପତି ନେଇଛି। ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିକ୍ରମଶିଳା ସଂସ୍ଥାର ଅଧିକାରୀ, ସିଡିପିଓ, ସୁପରଭାଇଜର,ଅଙ୍ଗନୱ୍ବାଡି କର୍ମୀ , ଆଶାକର୍ମୀ ଓ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଥିଲେ ।

   Related Posts