ଅମର୍ଦ୍ଦ। ଏୟାରଷ୍ଟ୍ରିପର ପୁନରୁଦ୍ଧାର ଦାବିରେ ଜେଏମ୍ଏମ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
23/09/2018 at 2:00 PM

ମୟୁରଭଞ୍ଜ ୨୩|୯: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚ। ପକ୍ଷରୁ ବାରିପଦା ସ୍ଥିତ କୃଷ୍ଣଚନ୍ଦ୍ର ଗୋଲେଇଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶପୁତ୍ତଳିକା ଦାହ କରିବା ସହିତ କେନ୍ଦ୍ର ବିଜେପି ସରକାର ବିରୋଧରେ ନାରାବାଜି ଦେଇଛି ଜେଏମ୍ଏମ୍। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ଅନ୍ୟ ୩ଟି ଜିଲ୍ଲାରେ ବିମାନବନ୍ଦର ପାଇଁ ଘୋଷଣା କରିଥିବାବଳେ ମୟୂରଭଞ୍ଜ ସ୍ଥିତ ଅମର୍ଦ୍ଦ। ଏୟାରଷ୍ଟ୍ରିପକୁ ଏଥିରୁ ବାଦ୍ କରିଛନ୍ତି। ଯାହାକୁ ତୀବ୍ର ବିରୋଧ କରିଛି ଜେଏମ୍ଏମ୍ । ଅମର୍ଦ୍ଦ। ଏୟାରଷ୍ଟ୍ରିପ୍ ଏସିଆ ମହାଦେଶ ର ୨ୟ ସର୍ବ ବୃହତ ବିମାନବନ୍ଦର ହୋଇଥିବାବଳେ ଏହାର ପୁନରୁଦ୍ଧାର ହୋଇପାରିଲେ ଜିଲ୍ଲାର ସର୍ବ।ଙ୍ଗୀନ ଉନ୍ନତି ହୋଇପାରିବ। ତେଣୁ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛି ଜେଏମ୍ଏମ୍। ସରକାର ଯଦି ଏଥିପ୍ରତି ତୁରନ୍ତ କାରର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତବେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବା ସହିତ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ବିରୋଧ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।