ମକର ରାଶିରେ ସୂର୍ଯ୍ୟଙ୍କର ହେଲା ଚଳନ, ଜାଣନ୍ତୁ କେଉଁ କେଉଁ ରାଶି ହେବେ ଲାଭବାନ୍

Published By : Prameya-News7 Bureau | January 15, 2020 IST

ଆଜି ହେଉଛି ମକର ସଂକ୍ରାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିର ଅଧିକ ମହତ୍ବ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗତକାଲି ରାତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶକୁ ହିଁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଏହା ଦ୍ବାରା କିଛି ରାଶି ଉପରେ ଭର ପ୍ରଭାବ ପଡୁଥିବା ବେଳେ ଅନ୍ୟ କିଛି ରାଶି ଉପରେ ସ୍ବାଭାବିକ ଫଳ ପ୍ରଦାନ କରିବ ।

ମେଷ ରାଶି :

ମେଷ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଶୁଭ ଫଳ ପଡିବ । ଏହି ରାଶିର ବ୍ୟକ୍ତିଙ୍କୁ ଜୀବନରେ ପ୍ରଚୁର ଧନ ଲାଭର ଯୋଗ ରହିଛି । ଏମାନଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ସହ ଏମାନେ ଧନୀ ହେବେ ।

ବୃଷ ରାଶି :

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହେବ । ଏମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ । ଏମାନଙ୍କର ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବାର ମଧ୍ୟ ଯୋଗ ରହିଛି ।

ମିଥୁନ ରାଶି :

ମିଥୁନ ରାଶିର ବ୍ୟକ୍ତିଙ୍କ ଏବା ବେଶ୍ ଭଲ ଫଳ ପ୍ରଦାନ କରିବ । କାର୍ଯ୍ୟରେ ଏମାନେ ସଫଳତା ପାଇବା ସହ ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହେବାର ସମ୍ଭାବନା ରହିଛି ।

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ସାମାନ୍ୟ ଫଳର ପ୍ରଦାନ କରିବ। ଏହି ବ୍ୟକ୍ତିଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ ଅବସ୍ଥା ଦୁର୍ବଳ ହେବାର ସମ୍ଭାବନା ରହିଛି । ଧାର, କରଜରେ ଏମାନେ ବୁଡି ରହିବେ ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ପରିଣାମ ଦେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବାର ଯୋଗ କହିଛି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ ।

କନ୍ୟା ରାଶି :

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ସ୍ବାଭାବିକ ଫଳ ପ୍ରଦାନ କରିବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିମାନେ ଆତ୍ମସନ୍ତୋଷ ଲାଭ କରିବେ । ଏମାନଙ୍କୁ ସ୍ବଳ୍ପ ଧନ ଲାଭର ଯୋଗ ରହିଛି ।

ତୁଳା ରାଶି :

ଏହି ଯୋଗ ତୁଳା ରାଶିର ବ୍ୟକ୍ତିଙ୍କ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ । ଏମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବାର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ଧନପ୍ରାପ୍ତର ଯୋଗ ରହିଛି ।

ବିଛା ରାଶି :

ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ରହିବ । ଏମାନେ ବାଦ ବିବାଦ, ଗଣ୍ଡଗୋଳ ମଧ୍ୟକୁ ଟାଣିହୋଇଯିବାର ସମ୍ଭାବନା ରହିଛି । ଯାହା ଫଳରେ ଏହି ରାଶିର ବ୍ୟକ୍ତି ସର୍ବଦା ଚିନ୍ତାଗ୍ରସ୍ତ ରହିବେ ।

ଧନୁ ରାଶି :

ଏହା ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଏମାନଙ୍କର ଜ୍ଞାନ ବୃଦ୍ଧି ହୋଇପାରେ । ଏମାନଙ୍କୁ ଧନ ଲାଭର ଯୋଗ ରହିଛି ।

ମକର ରାଶି :

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ସଙ୍କେତ ଦେଉଛି । ଏହି ବ୍ୟକ୍ତିଙ୍କ ଯଶ ଏବଂ କୀର୍ତ୍ତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ ।

କୁମ୍ଭ ରାଶି :

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ସ୍ବାଭାବିକ ଫଳପ୍ରଦ ହେବ । ଏହି ରାଶିର ବ୍ୟକ୍ତି କିଛି ଖୁସି ଖବର ପାଇବାର ଯୋଗ ରହିଛି ।

ମୀନ ରାଶି :

ମୀନ ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବା ଉଚିତ୍ । କୌଣସି କଥାକୁ ନେଇ ଏହି ରାଶିର ବ୍ୟକ୍ତି ଭୟଗ୍ରସ୍ତ ହୋଇପାରନ୍ତି । ଏମାନଙ୍କର ଆର୍ଥିକ ହାନି ଘଟିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.