୯ ଡିସେମ୍ବର ମଧ୍ୟରାତ୍ରରେ ଚେନ୍ନାଇ ନିକଟରେ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ମାଣ୍ଡୋସ୍’, ପଡିଲାଣି ପ୍ରଭାବ

Published By : Prameya-News7 Bureau | December 09, 2022 IST

ଚେନ୍ନାଇ ୯।୧୨: ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବାତ୍ୟା ‘ମାଣ୍ଡୋସ୍‌’ର ବ୍ୟାପକ ପ୍ରଭାବ ଦେଖାଗଲାଣି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଘୂର୍ଣ୍ଣିବାତ୍ୟାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ଜିଲ୍ଲାରେ ଶିକ୍ଷଣାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି। ଅପରପଟେ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ସତର୍କ କରାଯାଇଛି। ଘୂର୍ଣ୍ଣିବାତ୍ୟା ମାଣ୍ଡୋସ ୯ ଡିସେମ୍ବର ମଧ୍ୟରାତ୍ର ପାଖାପାଖି ଚେନ୍ନାଇ ନିକଟରେ ଉପକୂଳ ଅତିକ୍ରମ କରିପାରେ ବୋଲି ଆଇଏମଡି ଆକଳନ କରିଛନ୍ତି।

wp:html /wp:html

ଘୂର୍ଣ୍ଣିବାତ୍ୟା ପ୍ରଭାବରେ ଶୁକ୍ରବାର ଚେନ୍ନାଇରେ ମୁଶଳଧାରା ବର୍ଷା ହୋଇଛି। ନୁଙ୍ଗମବକ୍କମରେ ୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମିନାମ୍ବକମରେ ୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଘୂର୍ଣ୍ଣିବାତ୍ୟା ମାଣ୍ଡୋସ୍ ଯୋଗୁ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ବିମାନ ସେବା ପ୍ରଭାବିତ ହୋଇଛି। ଅନେକ ଉଡାଣ ବାତିଲ କରାଯାଇଥିବା ବେଳେ କେତେକ ବିଳମ୍ବିତ ଉଡାଣ କରିଛନ୍ତି। ଘୂର୍ଣ୍ଣିବାତ୍ୟା ଏବେ ଶ୍ରୀହରି କୋଟା ଆଡକୁ ବଢୁଥିବା ବେଳେ ପୁଡୁଚେରୀରେ ସବୁ ସ୍କୁଲ କଲେଜ ୨ ଦିନ ଲାଗି ବନ୍ଦ ଘୋଷଣା ହୋଇଛି।

wp:html /wp:html

ଘୂର୍ଣ୍ଣିବାତ୍ୟା ମାଣ୍ଡୋସର ମୁକାବିଲା ନିମନ୍ତେ ଏନଡିଆରଏଫ ଓ ଏସଡିଆରଏଫ ପ୍ରସ୍ତୁତ ହୋଇ ରହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ଭବ୍ୟ ବାତ୍ୟା ଆଶଙ୍କା ଥିବା ଜିଲ୍ଲାରେ ୫ହଜାରରୁ ଅଧିକ ରିଲିଫ ଶିବିର ଖୋଲା ଯାଇଛି। ଏହି ସବୁ ରିଲିଫ କେନ୍ଦ୍ରମାନଙ୍କରେ ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାହାର କରିଆଣି ରଖା ଯାଇଛି।  ରିଲିଫ କେନ୍ଦ୍ରମାନଙ୍କରେ ରହୁଥିବା ଲୋକଙ୍କୁ ଭୋଜନ, ପେୟଜଳ ଓ ଅନ୍ୟ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ବର୍ଷା ଓ ବାତ୍ୟା ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କେନ୍ଦ୍ର ଖୋଲା ଯାଇଛି।

wp:html /wp:html

ଆଇଏମଡିଙ୍କ ଅନୁସାରେ ଘୂର୍ଣ୍ଣିବାତ୍ୟା ମାଣ୍ଡୋସ୍ ମଧ୍ୟରାତ୍ର ପାଖାପାଖି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ନିକଟବର୍ତ୍ତି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଭୂ-ଭାଗକୁ ପ୍ରବେଶ କରିବ। ବାତ୍ୟା ଉପକୂଳ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ସାଙ୍ଗକୁ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୫ କିଲୋମିଟର ବେଗକୁ ମଧ୍ୟ ଛୁଇଁପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.