Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ପୁରୀରେ ପଶ୍ଚିମା ଝଡ଼ର ପ୍ରଭାବ, ହାଲୁକା ପବନ ସହ ଲାଗି ରହିଛି ବର୍ଷା, ଭିଜି ଭିଜି ଭକ୍ତ କରୁଛନ୍ତି ଜଗା ଦର୍ଶନ

19/03/2023 at 4:47 PM

ପୁରୀ: ପୁରୀରେ ପଡ଼ିଛି ପଶ୍ଚିମା ଝଡ଼ର ପ୍ରଭାବ। ଗତକାଲି ରାତିରୁ ହାଲୁକା ପବନ ସହ ଲାଗି ରହିଛି ବର୍ଷା। କେତେବେଳେ ଝିପିଝିପି ତ କେତେବେଳେ ବର୍ଷା ଓଜାଡି ଦେଉଥିବା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିବା ବେଳେ ପର୍ଯ୍ୟଟକ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ସେପଟେ ବର୍ଷାକୁ ଖାତିର ନକରି ଶ୍ରୀମନ୍ଦିରରେ ଶହ ଶହ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଭକ୍ତ ମାନେ କଲବଲ ହେଉଥିବା କହିଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିବା ପୁରୀବାସୀଙ୍କୁ ପଶ୍ଚିମା ଝଡ ସାମାନ୍ୟ ଆଶ୍ବସ୍ତ କରିଛି। ଏହାର ପ୍ରଭାବରେ ଗତକାଲି ରାତିରୁ ହାଲୁକା ପବନ ସାଙ୍ଗକୁ ପୁରୀରେ ବର୍ଷା ଲାଗି ରହିଛି। ଫଳରେ ପର୍ଯ୍ୟଟକ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି।  କେତେବେଳେ ଝିପିଝିପି ତ କେତେବେଳେ ବର୍ଷା ଓଜାଡି ଦେଉଥିବା ଯୋଗୁଁ ଘରୁ ପାଦ କାଢ଼ିବା ମୁସ୍କିଲ ହୋଇପଡିଛି। ବର୍ଷା ଯୋଗୁଁ ସହରରେ ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ତେବେ ଆଜି ରବିବାର ଛୁଟିଦିନ ଥିବାରୁ ଭକ୍ତ ମାନେ ବର୍ଷାକୁ ଖାତିର ନକରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଭକ୍ତ ମାନେ ଅସୁବିଧା ଭୋଗିଛନ୍ତି।

ଗତକାଲି ରାତିରୁ ହାଲୁକା ପବନ ସାଙ୍ଗକୁ ବର୍ଷା ଜାରି ରହିଥିଲେ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହା ବାଧକ ସୃଷ୍ଟି କରିପାରିନାହିଁ। ଦେଶର କୋଣ ଅନୁକୋଣରୁ ପୁରୀ ଆସିଥିବା ଭକ୍ତ ମାନେ ବର୍ଷାରେ ଭିଜି ବେଶ୍ ଆନନ୍ଦର ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପ୍ରତି ପ୍ରଶାସନ ବିଶେଷ ଦୃଷ୍ଟି ଦେଉ ବୋଲି ଅନୁରୋଧ କରିଛନ୍ତି ଭକ୍ତ। ସେପଟେ ବର୍ଷା ଯୋଗୁଁ ବେଳାଭୂମିରେ ସେତେଟା ଭିଡ ଦେଖିବାକୁ ମିଳିନଥିବା ବେଳେ ଆଜି ରବିବାର ଛୁଟିଦିନ ଥିବାରୁ ନିଜ ପରିବାର ବନ୍ଧୁ ବାନ୍ଧବଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିର ମଜା ଉଠାଉଛନ୍ତି ଉଭୟ ଭକ୍ତ ଓ ପର୍ଯ୍ୟଟକ।

ତେବେ ବର୍ଷା ଯୋଗୁଁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ବର୍ଷା ଜଳ ଲହଡି ମାରୁଥିଲା। ତଳି ଅଞ୍ଚଳରେ ଥିବା ଲୋକେ ବର୍ଷା ଯୋଗୁଁ ସାମାନ୍ୟ ଭୟଭୀତ ମଧ୍ୟ ସୋଇପଡିଛନ୍ତି। ସେପଟେ ସମୁଦ୍ରରେ ନଳା ପାଣି ମିଶୁଥିବାରୁ ଏହାକୁ ନେଇ ସହରବାସୀ ଓ ପର୍ଯ୍ୟଟକ କ୍ଷୋଭ ପ୍ରକାଶ କରିଛନ୍ତି।

   Related Posts