ତିଗିରିଆ ଚୋରା ଦେଶୀ ମଦ ଭାଟ୍ଟିରେ ଅବକାରୀ ବିଭାଗର ଚଢ଼ାଉ, ପ୍ରଚୁର ମଦ ଜବତ

Published By : Prameya-News7 Bureau | May 12, 2024 IST

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପରବେଡା ଗାଁରେ ଅବକାରୀ ବିଭାଗର ଚଢ଼ାଉ । ଭିରୁଡ଼ା ଗାଁରେ  ରେଡ୍ ମାରି ୬,୮୬୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୭,୪୨୦ ଲିଟର ପୋଚ ନଷ୍ଟ କରିଛି ବିଭାଗ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଠଗଡ଼ ଏବଂ କଟକ  ଅବକାରୀ ବିଭାଗ କରିଛି ।

ତେବେ ଏହି ଚଢ଼ାଉରେ ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ୍ ଥିଲେ । ବିଶେଷ କରି ଏହି ଅଞ୍ଚଳଟି ବେଆଇନ ଭାବେ ଚୋରା ଦେଶୀ ମଦ ପ୍ରସ୍ତୁତ ହେଉଛି । ଜିଲ୍ଲା ତଥା ଜିଲ୍ଲା ବାହରକୁ ଚାଲଣ ହେଉଥିବା ନେଇ  ସ୍ଥାନୀୟ ଲୋକ  ବାରମ୍ୱାର ଅଭିଯୋଗ କରିଆସୁଥିଲେ ।ତେବେ ରବିବାର ଅବକାରୀ ବିଭାଗ ଚଢ଼ାଉ କରି ମଦ ଜବତ କରିଛି । ହେଲେ ମଦ ମାଫିଆକୁ ଖସିଯିବାରେ ସଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.