କେତେ ପାଠ ପଢିଛନ୍ତି ବିଶ୍ବର ଟପ୍‌-୧୦ ଧନୀ  ? ଜାଣନ୍ତୁ…

Published By : Prameya-News7 Bureau | February 11, 2024 IST

ନୂଆଦିଲ୍ଲୀ ୧୧।୦୨: କିଛି ଦିନର ବ୍ୟବଧାନରେ ଫୋବର୍ସ ବିଶ୍ବ ଧନୀ ତାଲିକା ପ୍ରକାଶ କରିଥାଏ । ଆସନ୍ତୁ ଜାଣିବା ଟପ୍ ୧୦ ଅରବପତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ…ପ୍ରଥମରେ ଅଛନ୍ତି ଏଲନ୍‌ମସ୍କ ।  ସେ ପେନସେଭ୍ଲୋନିଆ ବିଶ୍ବବିଦ୍ୟାଳୟରୁ କଳା ଓ ବିଜ୍ଞାନରେ ସ୍ନାତକ କରିଛନ୍ତି । ମସ୍କ ୨୪ବର୍ଷ ବୟସରେ ସ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ଫିଜିକ୍ସରେ ପିଏଚ୍‌ଡିରେ ଆଡମିସନ୍‌ କରିଥିଲେ । କିନ୍ତୁ ୨ଦିନ ପରେ ସେ ପାଠପଢା ଛାଡିଦେଲେ । ବର୍ତ୍ତମାନ ତାଙ୍କର ୧୯୯ ବିଲିୟନ୍‌ ଡଲାରର ମାଲିକ ।

{"id":907594,"width":839,"height":629,"sizeSlug":"full","linkDestination":"none"}

ଦ୍ବିତୀୟରେ ଅଛନ୍ତି ଜେଫ୍‌ ବେଜୋସ୍‌ । ବେଜୋସ୍‌ ପ୍ରିସଟନ ବିଶ୍ବବିଦ୍ୟାଳୟରୁ ସ୍ନାତକରେ ଉପାଧି ପାଇଛନ୍ତି । ସେ ଇଲେକ୍ଟୋନିକ୍ସ ଇଞ୍ଜିନିୟରିଂ ଏବଂ କମ୍ପୁଟର ବିଜ୍ଞାନରେ ପାଠ ପଢିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୮୪ ବିଲିୟନ୍‌ ।

{"id":907595,"sizeSlug":"large","linkDestination":"none"}

ତୃତୀୟରେ ରହିଛନ୍ତି ବର୍ଣ୍ଣାଡ ଅର୍ଣ୍ଣାଲଟ୍ । ସେ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ କରିବା ସହିତ ପ୍ୟାରିସରେ ଇକୋଲେ ଇକୋଲୋ ପଲିଟେକନିଟ୍‌ରେ ସ୍ନାତକ କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୮୩ ବିଲୟନ୍‌ ଡଲାର ।

{"id":907596,"sizeSlug":"large","linkDestination":"none"}

ବିଲଗେଟ୍‌ସ ତାଙ୍କର ସ୍ନାତକ ଡିଗ୍ରୀ କେବେ ପୂରଣ କରିନାହାନ୍ତି । ମାଇକ୍ରୋସଫ୍ଟ ଆରମ୍ଭ କରିବା ପୂର୍ବରୁ ଅରବପତି ୩ଟି ସେମିଷ୍ଟାର୍ ପରେ ହାବାର୍ଡ ବିଶ୍ବବିଦ୍ୟାଳୟ ଛାଡି ଦେଇଥିଲେ । ତାଙ୍କର ମୋଟ ସମ୍ପତ୍ତି ୧୪୪ ବିଲିୟନ୍ ଡଲାର ।

{"id":907597,"sizeSlug":"large","linkDestination":"none"}

୧୪୨ ବିଲିୟନ୍‌ ଡଲାରର ମାଲିକ ଅଟନ୍ତି ମାର୍କ ଜୁକରବର୍ଗ । ସେ ହାବାର୍ଡ ୟୁନିଭର୍ସିଟିରୁ ଅଧ୍ୟୟନ କରିଛନ୍ତି ।

{"id":907598,"sizeSlug":"large","linkDestination":"none"}

ଷ୍ଟିଭ୍ ବାଲମର୍ ୧୯୭୭ରେ ହାବାର୍ଡ ବିଶ୍ବବିଦ୍ୟାଳୟରେ ଗଣିତ ଏବଂ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଷ୍ଟାନ୍‌ଫୋର୍ଡ ୟୁନିର୍ଭରସିଟିର ବିଜନେସ୍ ସ୍କୁଲ୍‌ରେ ଆଡମିସନ୍‌ ନେଇଥିଲେ । କିନ୍ତୁ ଅଧାରେ ପାଠପଢା ଛାଡି ଦେଇଥିଲେ । ୧୪୦ ବିଲିୟନ୍‌ ଡଲାର ସହ ସେ ବିଶ୍ବର ୬ଷ୍ଠ ଧନୀ ବ୍ୟକ୍ତି ଅଟନ୍ତି ।

{"id":907599,"sizeSlug":"large","linkDestination":"none"}

୧୯୯୫ରେ ମିଶିଗନ୍‌ ବିଶ୍ବବିଦ୍ୟାଳରୁ କମ୍ପୁଟର ଇଞ୍ଜିନିୟରିଙ୍ଗ ଏବଂ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ୧୯୯୮ରେ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ କମ୍ପୁଟର ବିଜ୍ଞାନରେ ମାଷ୍ଟରଡିଗ୍ରୀ ଅଫ୍‌ ସାଇନ୍ସ ଉପାଧି ପାଇଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୩୭ ବିଲିୟନ୍‌ ଡଲାର ।

{"id":907600,"sizeSlug":"large","linkDestination":"none"}

ଏହାପଛକୁ ଅଛନ୍ତି ସର୍ଗେଇ ବିନ୍‌ । ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ମାଷ୍ଟର ଅଫ୍‌ ସାଇନ୍ସ କରିଛନ୍ତି । ଏହାବ୍ୟତୀତ ସେ କଳା ଓ ବିଜ୍ଞାନରେ ସ୍ନାତକ ମେରିଲ୍ୟାଣ୍ଡ ବିଶ୍ବବିଦ୍ୟାଳୟରୁ କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୨୯ ବିଲିୟନ୍‌ ଡଲାର ।

{"id":907601,"width":841,"height":631,"sizeSlug":"full","linkDestination":"none"}

 ୧୨୮ ବିଲିୟନ୍‌ ଡଲାର୍‌ର ମାଲିକ ହେଉଛନ୍ତି ଓ୍ବାରେନ୍‌ ବଫେଟ୍ । ୧୯୪୯ରେ ନିବ୍ରାସ୍କା ବିଶ୍ବବିଦ୍ୟାଳୟରୁ ସ୍ନାତକ କରିବା ପରେ ସେ କୋଲମ୍ବିଆ ବିଜନେସ୍ ସ୍କୁଲ୍‌ରୁ ଅର୍ଥଶାସ୍ତ୍ରରେ କରିଛନ୍ତି ଅଧ୍ୟୟନ ।

{"id":907604,"width":839,"height":486,"sizeSlug":"full","linkDestination":"none"}

୧୦ମ ଅରବପତି ହେଉଛନ୍ତି ଲେରି ଏଲିସନ୍‌ । ସେ ଶିକାଗୋ ବିଶ୍ବବିଦ୍ୟାଳୟର ଡ୍ରପ୍‌ ଆଉଟ୍‌ । ତାଙ୍କର ମୋଟ୍‌ ସମ୍ପତ୍ତି ୧୨୮ ବିଲିୟନ୍ ଡଲାର୍ ।

{"id":907603,"width":840,"height":630,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.