ଚର୍ଚ୍ଚିତ ଯୋଡି ସିଦ୍ଧାର୍ଥ-କିଆରା, କେତେ ଶିକ୍ଷିତ ଏହି କ୍ୟୁଟ୍ କପଲ୍, ଆସନ୍ତୁ ଜାଣିବା…

Published By : Prameya-News7 Bureau | February 07, 2023 IST

ମୁମ୍ବାଇ ୦୭।୦୨: ବଲିଉଡର କ୍ୟୁଟ୍ କପଲ୍ ଭାବରେ ଜଣାଶୁଣା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଦୁହେଁ ଆଜି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । କିନ୍ତୁ ଜାଣିଛ କି ଏହି କ୍ୟୁଟ୍ ଯୋଡି କେତେ ଶିକ୍ଷିତ ।  ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା ଏହି ଲର୍ଭବାର୍ଡଙ୍କ ଶିକ୍ଷାଗତ ଯୋଗ୍ୟତା । 

{"id":742668,"sizeSlug":"full","linkDestination":"none"}

ପ୍ରଥମେ ଜାଣିବା ବଲିଉଡର ଚୁଲବୁଲି ନାୟିକା ତଥା ଶେରଶାହାଙ୍କ ଦୁଲହନ୍ କିଆରା ଆଡଭାନୀଙ୍କ ବିଷୟରେ । କିଆରା କ୍ୟାଥେଡ୍ରାଲ୍ ଆଣ୍ଡ ଜନ୍ କନନ୍ ସ୍କୁଲରୁ ତାଙ୍କର ସ୍କୁଲ୍ ପାଠପଢା ସମାପ୍ତ କରିଛନ୍ତି । କିଆରା ଆରମ୍ଭରୁ ହିଁ ପାଠପଢାରେ ବହୁତ ଭଲ ଥିଲେ । ସେ ଦ୍ୱାଦଶରେ ୯୨ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ଅଭିନେତ୍ରୀ ମୁମ୍ବାଇର ଜୟ ହିନ୍ଦ କଲେଜରେ ଆଡମିଶନ ନେଇଥିଲେ ଏବଂ ସେଠାରୁ ମାସ କମ୍ୟୁନିକେସନରେ ଡିଗ୍ରୀ ହାସଲ କରିଥିଲେ । ଗ୍ରାଜୁଏସନ ପରେ କିଆରା ଅନୁପମ ଖେର ଏବଂ ରୋଶନ ତାନେଜାଙ୍କ ଆକ୍ଟିଙ୍ଗ ସ୍କଲରେ ଆଡମିଶନ ନେଇଥିଲେ ଏବଂ ଏଠାରୁ ଅଭିନୟ ଶିଖିଥିଲେ । ଯାହା ପରେ ସେ ୨୦୧୪ମସିହାରେ ଫୁଗଲି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ।

{"id":742667,"sizeSlug":"full","linkDestination":"none"}

ଆଉ ଏବେ ଜାଣିବା ଶେରଶାହା ଅର୍ଥାତ୍ ସିଦ୍ଧାର୍ଥ ମଲହୋତ୍ରାଙ୍କ ସଂପର୍କରେ ।  ସିଦ୍ଧାର୍ଥ ଦିଲ୍ଲୀର ଡନ୍ ବସ୍କୋ ସ୍କୁଲ୍ ଏବଂ ନାଭାଲ୍ ପବ୍ଲିକ୍ ସ୍କୁଲରୁ ତାଙ୍କର ପାଠପଢା ଶେଷ କରିଛନ୍ତି । ସିଦ୍ଧାର୍ଥ ପିଲା ଦିନରୁ ହିଁ ପଢାରେ ଦୁର୍ବଳ ଥିଲେ, ଯେଉଁଥିପାଇଁ ସେ ୯ମରେ ଫେଲ୍ ମଧ୍ୟ ହୋଇଥିଲେ ।  କିନ୍ତୁ ପରେ ସେ ତାଙ୍କ ପଢା ପ୍ରତି ବହୁତ ଧ୍ୟାନ ଦେଇଥିଲେ ଏବଂ ଦଶମ ଏବଂ ଦ୍ୱାଦଶରେ ବହୁତ ଭଲ ମାର୍କ ରଖିଥିଲେ । ଦ୍ୱାଦଶ ପରେ ସିଦ୍ଧାର୍ଥ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହିଦ ଭାଗବତ ସିଂ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ପରେ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୨୦୧୨ରେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଫିଲ୍ମ ଜରିଆରେ ବଲିଉଡ ଏଣ୍ଟ୍ରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.