ମନ୍ତ୍ରୀଙ୍କ ସ୍କୁଲ ସୁଧାରିବା ଚିନ୍ତା : ଦିଲ୍ଲୀର ସରକାରୀ ସ୍କୁଲ ବୁଲି ଦେଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
30/07/2019 at 4:17 PM

ନୂଆଦିଲ୍ଲୀ ୩୦|୭: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରୟାସ । ଗତକାଲି ଦିଲ୍ଲୀର ସରକାରୀ ସ୍କୁଲ ବୁଲି ଦେଖିବା ପରେ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଶାସ୍ତ୍ରୀ ଭବନରେ ସାକ୍ଷାତ କରିଛନ୍ତି ।
ମାନବ ସମ୍ବଳ ବିକାଶ ମନ୍ତ୍ରୀ ଙ୍କ ସହ ସେ ମୋଟ୍ ୫ଟି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ନ୍ୟାସନାଲ ଏଜୁକେସନ ପଲିସି ଅବଧି ସୀମାକୁ ୧୫ ଦିନ ବଢାଇବାକୁ ସମୀର ଦାଶ ଅନୁରୋଧ କରିଛନ୍ତି । ଆଉ ଏହାକୁ ସ୍ବୀକାର ମଧ୍ୟ କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଏହା ଛଡାବାତ୍ୟା ଫୋନିରେ ବାକି ଥିବା ସହାୟତା ରାଶିକୁ ତୁରନ୍ତ ଦେବାକୁ ଗଣଶିକ୍ଷାମନ୍ତ୍ରୀ ଦାବି କରିଛନ୍ତି ।
ଟିଚର ଏଜୁକେଶନ ଟ୍ରେନିଂର ଅବଧି ସୀମାକୁ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ରୋଷେୟାଙ୍କ ଦରମା ୬୦୦ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ରାମସା ଏବଂ ୫ଟି ବିଭିନ୍ନ ଯୋଜନାରେ ଓଡ଼ିଶା ପାଇବାକୁ ଥିବା ୧୬ ଲକ୍ଷ ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ସମୀର ଦାସ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।