suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ରାଜ୍ୟରେ ଚଳିତ ମାସରେ ଖୋଲିବ ସ୍କୁଲ, ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ହେବ ସମ୍ପୂର୍ଣ୍ଣ ପାଠପଢା

4/11/2020 at 1:32 PM

ଭୁବନେଶ୍ବର ୪।୧୧: ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ହେବ ସମ୍ପୂର୍ଣ୍ଣ ପାଠପଢା । ପିଲା ସ୍କୁଲକୁ ନଆସିଲେ ଅନ୍‌ଲାଇନ୍‌ରେ ପାଠ ପଢା ବ୍ୟବସ୍ଥା କରାଯିବ । ୩୦% ପାଠ୍ୟକ୍ରମ ହ୍ରାସ ହୋଇଛି । ଆଉ ଅଧିକ ହ୍ରାସ ହେବ ନାହିଁ । ବାକି ୭୦% ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ସ୍କୁଲ ପାଠପଢା ନେଇ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଏସଓପି । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ । ସ୍କୁଲ ପରିଚାଳନା ବେଳେ କରୋନା ଗାଇଡଲାଇନ୍‌ କଡାକଡି ପାଳନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ ଏସଆରସି ।

ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ବିଶେଷ କରି ମାଟ୍ରିକ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆଉ ମାତ୍ର ୩ ମାସ ବାକି ଥିବାରୁ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍କୁଲ ପରିସର ସହ କ୍ଲାସରୁମ୍‌ ସଫା ଓ ସାନିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

   Related Posts