ଭୁବନେଶ୍ବର ୨।୮: ସ୍କୁଲକୁ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି । ଖୁବ୍ଶୀଘ୍ର ସ୍କୁଲ ଗୁଡିକୁ ତାଗିତ କରାଯିବ । ଏନେଇ ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ । ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି । ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି । ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭଦ୍ରକ ଜିଲ୍ଲାରେ ଦ୍ଵିତୀୟ ଦିନରେ ଜବରଦଖଲ ଉଚ୍ଛେଦ, ଦୋକାନ ଓ ଘର ଉଚ୍ଛେଦ