scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଶନ ୨୦୨୪: କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ?

14/06/2023 at 10:30 PM

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ସଜବାଜ ହେଲାଣି ବିଜେପି। ଏଥର ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ନୂଆ ମୁହଁ। ଯେଉଁମାନେ ରାଜ୍ୟସଭାର ଦୁଇଟି ପାଳି ପୂରା କରିଛନ୍ତି ସେମାନଙ୍କୁ ଲୋକସଭା ପଠାଇବାକୁ ସ୍ଥିର କରିଛି ବିଜେପି। ଏନେଇ ନିକଟରେ ବିଜେପି କମିଟି ବୈଠକ ବସିଥିଲା।

ଏଥିରେ ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ ଓ କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ କୁହାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।

PM Narendra modi and Home minister Amit shah meet to discuss about lockdown  5 | क्या एक बार फिर बढ़ेगा Lockdown? PM नरेंद्र मोदी और गृह मंत्री अमित शाह  के बीच बैठक

କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନାଁ ରହିଛି। ଜେପି ନଡ୍ଡା ବି ଏଥର ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏସବୁ ଭିତରେ ଓଡ଼ିଶା ବିଜେପିରେ କିନ୍ତୁ ରୋଚକ ରାଜନୀତି ଦେଖିବାକୁ ମିଳିବ। ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବେ। ହେଲେ କିଏ କେଉଁଠୁ ଲଢ଼ିବା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ପଢ଼ନ୍ତୁ –୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ, କେଉଁଠୁ କିଏ ?

ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ହେଲେ ଏଥର ଦଳ ତାଙ୍କ ନିର୍ବାଚନ ଲଢ଼ିବା କ୍ଷମତାକୁ ପରୀକ୍ଷା କରିବ। ଶ୍ରୀ ପ୍ରଧାନ ଏବେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି।

एक परीक्षा किसी व्यक्ति की क्षमता को परिभाषित नहीं कर सकता : धर्मेन्द्र  प्रधान - an exam cannot define a person potential dharmendra pradhan

କେଉଁଠି ଲଢ଼ିଲେ ଧର୍ମେନ୍ଦ୍ର ?

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର ନହେଲେ ଢେଙ୍କାନାଳରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇଟି ଲୋକସଭା ଆସନରୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବାକୁ ବିଜେପି ତାଙ୍କୁ ବିକଳ୍ପ ଦେଇଥିବା କୁହାଯାଉଛି। ଏଥିପାଇଁ ସେ ଓଡ଼ିଶା ଆସି ଅନେକ ସମୟରେ ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ କରୁଛନ୍ତି।  

ଧର୍ମେନ୍ଦ୍ରଙ୍କ ରାଜ୍ୟ ରାଜନୀତିରେ ପ୍ରଭାବ କଥା ଦେଖିଲେ ସେ ଓଡ଼ିଶାରୁ ମାତ୍ର ଦୁଇଥର ନିର୍ବାଚନ ଜିତିଛନ୍ତି। ୨୦୦୦ ମସିହାରେ ଅନଗୁଳ ପାଲଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୯ରେ ସେ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ କେନ୍ଦ୍ର ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାପରେ ସେ ବିହାର ଓ ପ୍ରଦେଶରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି।

ସେ ପ୍ରଥମ ମନ୍ତ୍ରୀ ଭାବେ କେନ୍ଦ୍ରରେ ପେଟ୍ରୋଲିୟମ୍ ମନ୍ତ୍ରୀ ଭାବେ ସେ ଦୀର୍ଘ ୭ ବର୍ଷ ପାଇଁ ଦାୟିତ୍ୱ ସମ୍ଭାଳିଛନ୍ତି। ତା ସହିତ ଦଳର ଅନେକ ଗୁରୁ ଦାୟିତ୍ୱ ବହନ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରରୁ ଅନେକ ଗୁରୁଦାୟିତ୍ୱ ସମ୍ଭାଳିବା ପରେ ଦଳ ଏବେ ତାଙ୍କୁ ରାଜ୍ୟ ରାଜନୀତରେ ସକ୍ରିୟ ହେବାକୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

Lok Sabha 2019 constituency: Kendrapara will throw a challenge for BJD  after Baijayant Panda's exit - Hindustan Times

ବୈଜୟନ୍ତ ପଣ୍ଡା

୨୦୧୮ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିବା ନେଇ ବିଜେପି ସୂତ୍ରରୁ ଯଦିଓ କୌଣସି ସୂଚନା ମିଳି ନାହିଁ ତେବେ ସେ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ରାପଡ଼ା ବୈଜୟନ୍ତଙ୍କର ଅଭେଦ୍ୟ ଗଡ଼ ଥିଲା। ବିଜେଡି ଟିକେଟ୍‌ରୁ ସେ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢି ବିଜୟ ହୋଇଥିଲେ। ହେଲେ ୨୦୧୯ ବିଜେପି ତାଙ୍କୁ ସେଠାରେ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଅଭିନେତା ଅନୁଭବଙ୍କୁ ସେଠାରେ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ମୁକାବିଲାରେ ବୈଜୟନ୍ତ ଅନୁଭବଙ୍କ ଠାରୁ ୨ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।

ପଢ଼ନ୍ତୁ –ବିଜୁଳି କାଟ୍ ଏବଂ ଗ୍ୟାସ୍‌କୁ ନେଇ ମୁହାଁମୁହିଁ ବିଜେଡି-ବିଜେପି, ସେପଟେ ଜନତା ଜଳକା

संबित पात्रा जीवनी, जाति, सैलरी, पत्नी, शिक्षा, माता, पिता, घर, फोटो !!

ସମ୍ବିତ ପାତ୍ର

ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିବା ବେଳେ ୨୦୧୯ରେ ସେ ଓଡ଼ିଶା ରାଜନୀତିରେ ପାଦ ଥାପିଥିଲେ। ଦଳ ତାଙ୍କୁ ପୁରୀ ଲୋକସଭା ଟିକେଟ୍ ଦେଇଥିଲା। ଦାୟିତ୍ୱ ପାଇବା ପରେ ପୁରୀ ଆସି ବହୁତ ଝାଳ ବୁହାଇଥିଲେ ସମ୍ବିତ। ଗାଁ ଗାଁ ଓ ଘର ଘର ବୁଲି ଭୋଟ ପାଇଁ ଜନସାଧରଙ୍କୁ ନିବେଦନ କରିଥିଲେ। ତେବେ ଗୋଟିଏ କଥା ମାନିବାକୁ ପଡ଼ିବ। ସମ୍ବିତ ଓଡ଼ିଶା ରାଜନୀତିରେ ପ୍ରଥମ ଥର ନିର୍ବଚାନ ଲଢ଼ି ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ। ଜାତୀୟ ସ୍ତରରେ ତାଙ୍କର ଅନେକ ତର୍କ ବିତର୍କ  ଓ ଚିହ୍ନା ଚେହାରା ତାଙ୍କୁ ପୁରୀରେ ପିନାକୀଙ୍କ ସାମ୍ନାରେ କିଛି ସମୟ ତିଷ୍ଟି ରଖିଥିଲା। କିନ୍ତୁ ଶେଷରେ ସମ୍ବିତଙ୍କୁ ୧୧ ହଜାର ଭୋଟ୍‌ରେ ପିନାକୀଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଏଥର ଦଳ ତାଙ୍କୁ ପୁଣିଥରେ ପୁରୀରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

   Related Posts