Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଛତିଶଗଡ଼ ସରକାରଙ୍କ ତିନି ବିଭାଗ ଉପରେ ଇଡିର ରେଡ୍‌, କୋଇଲା ଘୋଟାଲା ସହ ଜଡ଼ିତ ମାମଲା

22/02/2023 at 7:01 PM

ନୂଆଦିଲ୍ଲୀ, ୨୨/୦୨: ଛତିଶଗଡ଼ରେ କୋଇଲା ଉପରେ ବେଆଇନ୍ ଶୁଳ୍କ ମାମଲାରେ ଭୂପେଶ ବଘେଲଙ୍କ ତିନି ବିଭାଗ ଉପରେ ଇଡି ରେଡ୍। ଅବୈଧ ଭାବରେ କୋଇଇା ଉପରେ ଶୁଳ୍କ ଲଗାଇବାକୁ ନେଇ ଏକ ମନିଲଣ୍ଡ୍ରିଂ ମାମଲା​‌ରେ ଇଡିର ରେଡ୍‌। ଇଡି ବୁଧବାର ଛତିଶଗଡ଼ ସରକାରଙ୍କ ତିନି ବିଭାଗ ସହ ଜଡ଼ିତ କାର୍ଯ୍ୟାଳୟରେ ରେଡ୍‌ କରିଛନ୍ତି। ଛତିଶଗଡ଼ ପୋଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ନଓ୍ବା ରାୟପୁରର ଇନ୍ଦ୍ରାବତୀ ଭବନ ସ୍ଥିତ କାର୍ଯ୍ୟାଳୟରେ ଇଡି ରେଡ୍‌ ଜାରି ରହିଛି। ସେପଟେ କଂଗ୍ରେସ୍‌ ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ନେଇ କହିଛି।

ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇଡି ଅଧିକାରୀ ନୂଆ ରାୟପୁରରେ ଶ୍ରମ, ଜଳସେଚନ ଏବଂ ପରିବେଶ ବିଭାଗ କାର୍ଯ୍ୟାଳୟରେ ରେଡ୍ କରୁଛି। ଏହା ପୂର୍ବରୁ ସୋମବାର ଇଡି କଂଗ୍ରେସର ଆଠ ନେତାଙ୍କ ସହ ଜଡ଼ିତ ବାସଭବନରେ ରେଡ୍‌ କରିଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କଂଗ୍ରେସ ନେତାଙ୍କ ବାସଭବନରେ ଏହି ରେଡ୍‌କୁ ରାଜନୀତିକ ପ୍ରତିଶୋଧ ବୋଲି କହିଛନ୍ତି। ଏହାକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲା। ତେବେ କଂଗ୍ରେସ ରାୟପୁରରେ ୨୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ମହାଧିବେସନ ଆୟୋଜିତ କରିବାକୁ ଯାଉଥିବା ବେଳେ ଏହି ରେଡ୍‌ କୁ ନେଇ ଚର୍ଚ୍ଚା ହେଉଛି।

ବଘେଲ କହିଥିଲେ ଭାଜପା ରାଜନୀତିକ ବିରୋଧୀଙ୍କ ସ୍ବରକୁ ଚପାଇକୁ କେନ୍ଦ୍ରୀୟ ଏଜେନ୍ସୀଙ୍କ ବ୍ୟବହାର କରୁଛି। ତାଙ୍କର ଉଦ୍ଦେଶ୍ୟ ରାୟପୁରରେ କଂଗ୍ରେସର ଆଗାମୀ ରାଷ୍ଟ୍ରୀୟ ଅଧିବେସନକୁ ପ୍ରଭାବିତ କରିବା ପାଇଁ ଏପରି କରୁଛି। କଂଗ୍ରେସର ରାଷ୍ଟ୍ରୀୟ ଅଧିବେସନରେ ବିଧାନସଭାରେ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଚର୍ଚ୍ଚା କରାଯିବ। ଏହି ସମ୍ମିଳନୀରେ ଦଳ ନିଜର ଆଗାମୀ ରଣନୀତି ନିର୍ଦ୍ଦାରିତ କରିବ।

ସେପଟେ ଇଡିର କହିବା ଅନୁଯାୟୀ ଏହି ରେଡ୍‌ ଏକ ଘୋଟାଲା ସହ ଜଡ଼ିତ। ଏହି ଘୋଟାଲାରେ ବରିଷ୍ଠ ଅଧିକାରୀ, ବ୍ୟବସାୟୀ, ରାଜନେତା ଆଦିଙ୍କ ଦ୍ବାରା ଛତିଶଗଡ଼ରେ ପରିବହନ କରାଯାଇଥିବା ପ୍ରତ୍ୟେକ ଟନ୍ କୋଇଲା ପାଇଁ ୨୫ଟଙ୍କାର ଅବୈଧ ଶୁଳକ୍ ଆଦାୟ କରାଯାଉଥିଲା।

   Related Posts