ଶସ୍ତା ହେବ ଖାଇବା ତେଲ ! ଦୁଇ ବର୍ଷ ପାଇଁ ଆମଦାନୀ ଶୁଳ୍କ ସମାପ୍ତ କଲେ ସରକାର
24/05/2022 at 10:43 PM

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଶସ୍ତା ହେବା ପରେ ଏବେ ଖାଇବା ତେଲ ଶସ୍ତା ହେବାକୁ ଯାଉଛି। ଖାଇବା ତେଲ ଉପରେ ସରକାର ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛନ୍ତି। ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି। ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ଆମଦାନୀ ଶୁଳ୍କ ସମାପ୍ତ କରାଯାଇଛି। କୃଷି ଉପରେ ଲାଗୁଥିବା ଶୁଳ୍କ ଏବଂ ବିକାଶ ଉପରକୁ ମଧ୍ୟ ସମାପ୍ତ କରିଛନ୍ତି କେନ୍ଦ୍ର ସରକାର।
Central Government allows import of a quantity of 20 lakh MT each of Crude Soyabean oil and Crude Sunflower seed oil, per year after the 31st day of March 2024, at nil rate of customs duty and Agricultural Infrastructure and Development Cess. pic.twitter.com/aSTuHenVqf
— ANI (@ANI) May 24, 2022
ସରକାରଙ୍କ ତରଫରୁ ଦୁଇ ଆର୍ଥିକ ବର୍ଷ ୨୦୨୨-୨୩, ୨୦୨୩-୨୪ ପାଇଁ ପ୍ରତି ବର୍ଷ ୨୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ସରକାର ସୀମା ଶୁଳ୍କ ଏବଂ କୃଷି ଆନୁସଙ୍ଗିକ ଶୁଳ୍କ ଏବଂ ବିକାଶ ଉପକରକୁ ସମାପ୍ତ କରାଯାଇଛି। ଅର୍ଥାତ ଏହି ଦୁଇ ଟ୍ୟାକ୍ସ ନଦେଇ ତେଲ ଆମଦାନୀ କରାଯାଇ ପାରିବ। ଏଥିରେ ତେଲ ଦାମ ହ୍ରାସ ପାଇବା ସହ ଉପଭୋକ୍ତାଙ୍କୁ ବଡ ଆଶ୍ଵସ୍ତି ମିଳିବ। ଏହି ନିୟମ ୨୦୨୪ ମାର୍ଚ୍ଚ ୩୧ ଯାଏଁ ଲାଗୁ ହେବ। ସରଳ ଭାଷାରେ କହିବାକୁ ଗଲେ ପ୍ରତି ବର୍ଷ ୨୦ ଲକ୍ଷ ମେଟ୍ରିକ ଟନ ତେଲ ଉପରେ ଆମଦାନୀ ଶୁଳ୍କ ଦେବାକୁ ପଡିବ ନାହିଁ। ସରକାରଙ୍କ ଏହି ନିଷ୍ପତ୍ତିରେ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଦାମ କମିବ।
ସୁଚନାଯୋଗ୍ୟ, ଭାରତ ନିଜ ଚାହିଦାର ୬୦ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ। ଗତ କିଛି ମାସରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଲଢେଇ ବ୍ୟତୀତ ଇଣ୍ଡୋନେସିଆ ଦ୍ଵାରା ରପ୍ତାନୀରେ କଟକଣା କାରଣରୁ ଆମଦାନୀ ପ୍ରଭାବିତ ହୋଇଛି। ଏହି କାରଣରୁ ବିଶ୍ଵ ସହିତ ଘରୋଇ ବଜାରରେ ତେଲର ମୂଲ୍ୟ ବୃଦ୍ଧି ଘଟିଛି। ତଥାପି ସରକାରଙ୍କ ତରଫରୁ ଗତ ବର୍ଷ ଦର କମ କରିବା ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।