ମୃତ୍ୟୁ ଏମିତି ବି ଆସେ, ଲାଇଭ୍‌ କନସର୍ଟରେ ଟଳିପଡିଲେ ମାଲାୟଲମ୍‌ ସିଙ୍ଗର

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଳୀ ୩୦।୦୫ : ସାଉଥ ଫିଲ୍ମରୁ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲାୟାଲମ୍ ସଂଗୀତ ଜଗତର ଜଣେ ଭେଟେରାନ୍ ତଥା କିମ୍ବଦନ୍ତୀ ଗାୟକ ଏଡଭା ବଶିରଙ୍କ ଦେହାନ୍ତ ହୋଇଛି । ପ୍ରସିଦ୍ଧ ଗାୟକ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଆକସ୍ମିକ ଦେହାନ୍ତରେ କେବଳ ତାଙ୍କ ପ୍ରଶଂସକମାନେ ହିଁ ନୁହଁନ୍ତି, ମନୋରଞ୍ଜନ ଜଗତ ସହ ସଂଗୀତ ଜଗତରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ଅନେକ ଫିଲ୍ମ ଗୀତରେ କଣ୍ଠ ଦେଇଥିବା ଏଡଭା ଅଧିକାଂଶ ସମୟରେ ତାଙ୍କ ଲାଇଭ୍ କନ୍ସର୍ଟ ପାଇଁ ବେଶ୍‌ ଜଣାଶୁଣା।

wp:html /wp:html

ନିକଟରେ ସେ କେରଳର ଗୋଲଡେନ୍ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟରେ ସେ ପ୍ରସିଦ୍ଧ ଗୀତ ମଧ୍ୟ ଗାଇଥିଲେ। କିନ୍ତୁ କିଏ ଜାଣିଥିଲା ​​ଯେ ଏହି ଗୀତ ତାଙ୍କର ଶେଷ ଗୀତ ହେବ ବୋଲି । ସେ ମଞ୍ଚରେ ଗୀତ ଗାଇବା ସମୟରେ ହଠାତ୍‌ ତଳେ ଗଳିପଡିଥିଲେ। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଗତକାଲି ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଗାୟକଙ୍କ ଏହି ଲାଇଭ୍ ଷ୍ଟେଜ୍ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.