ମଦ ଦୁର୍ନୀତି ମାମଲା, ତିହାର ଜେଲରେ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିବ ଇଡି
7/03/2023 at 11:09 AM

ନୂଆଦିଲ୍ଲୀ ୦୭/୦୩: ମଦ ଦୁର୍ନୀତି ମାମଲାରେ ଆଜି ମନୀଷ ସିସୋଦିଆଙ୍କୁ ଜେରା କରିବ ଇଡି । ଯାହା ସୂଚନା ରହିଛି ତିହାରର ଏକ ନମ୍ବର ଜେଲରେ ଏହି ପଚରା ଉଚରା ହେବ । ତିନି ଜଣ ଇଡି ଅଧିକାରୀଙ୍କ ଟିମ୍ ତିହାର ଜେଲକୁ ଗସ୍ତ କରିଛନ୍ତି ।
ପଚରାଉଚରା ପାଇଁ ଇଡିକୁ କୋର୍ଟରୁ ଅନୁମତି ନେଇଛି । ଆହୁରି ମଧ୍ୟ କୁହାଯାଉଛି ଯେ ସିସୋଦିଆଙ୍କୁ ପଚରାଉଚରା ପରେ ମଙ୍ଗଳବାର ଗିରଫ କରାଯାଇପାରେ । ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅରୁଣ ପିଲ୍ଲାଇଙ୍କୁ ଗିରଫ କରିଛି ଇଡି । ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ଏହି ମାମଲାରେ ଅନେକଙ୍କୁ ଗିରଫ କରାଯାଇଛି ।
ଗତ କିଛିଦିନ ତଳେ ମଦ ଦୁର୍ନୀତି ମାମଲାରେ AAP ନେତା ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସୋମବାର କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ । ସିବିଆଇ କୋର୍ଟଙ୍କୁ କହିଥିଲେ ଯେ, ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କ ହେପାଜତର ଆବଶ୍ୟକତା ନାହିଁ ।
ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ ସମ୍ମୁଖରେ ସିସୋଦିଆ ହାଜର କରାଯାଇଥିଲା । AAP ନେତାଙ୍କୁ ପ୍ରଥମ ପାଞ୍ଚ ଦିନ ଏବଂ ପରେ ଦୁଇ ଦିନ ପଚରାଉଚରା ପାଇଁ ସିବିଆଇ ହେପାଜତକୁ ପଠାଯାଇଥିଲା । ଏହି ଅବଧି ଶେଷ ହେବା ପରେ ସିସୋଦିଆ କୋର୍ଟରେ ହାଜର ହୋଇଥିଲେ ।