ଚାକିରି ବଦଳରେ ଜମି ଦୁର୍ନୀତି ମାମଲା, ରେଲଓ୍ବେର ୫୦ କର୍ମଚାରୀଙ୍କୁ ପଚରାଉଚରା କରିବ ଇଡି

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ରେଲଓ୍ବେରେ ଗ୍ରୁପ୍‌ ଡି ଚାକିରି କରୁଥିବା ୫୦ କର୍ମଚାରୀଙ୍କୁ ପଚରାଉଚରା କରିବ ଇଡି। ଏହି କର୍ମଚାରୀମାନେ ମଧ୍ୟ ପୂର୍ବ ରେଲଓ୍ବେ, ନାଲନ୍ଦା ଏବଂ ଅମ୍ବାଲା ଡିଭିଜନରେ ନିୟୋଜିତ ଅଛନ୍ତି।

ସିବିଆଇ ଅଧିକାରୀ ବିଜୟ କୁମାରଙ୍କୁ ତରଫରୁ ସୋନପୁର ଡିଭିଜନାଲର ବରିଷ୍ଠ କୋଚିଂ ଡିପୋ ଇନଚାର୍ଜଙ୍କୁ ଏନେଇ ଚିଠି ମଧ୍ୟ ଲେଖାଯାଇଛି। ଯେଉଁଥିରେ, ଏହି କର୍ମଚାରୀଙ୍କୁ ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟ ସହ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ ଅନୁମତି ଦେବାକୁ କୁହାଯାଇଛି। ଏହି କର୍ମଚାରୀଙ୍କୁ ସିବିଆଇ ନଭେମ୍ବର ୨୧ରୁ ୨୫ ମଧ୍ୟରେ ପଚରାଉଚରା ପାଇଁ ଡାକିଛି।

ଆହୁରି ପଢ଼ନ୍ତୁ: ନ୍ୟୁଜକ୍ଲିକ୍‌ ମାମଲା: ମନିଲଣ୍ଡ୍ରିଂ କେସ୍‌ରେ ଆମେରିକୀୟ ବିଲେନିୟର ନେବିଲ ରଏ ସିଙ୍ଘମଙ୍କୁ ଇଡି ସମନ

ସୂଚନାଥାଉକି ସିବିଆଇ ଏବଂ ଇଡି ଚାକିରି ବଦଳରେ ଜମି ଘୋଟାଲର ଯାଞ୍ଚ କରୁଛନ୍ତି। ଅଭିଯୋଗ ରହିଛି ଯେ ଏହି ଘୋଟାଲରେ ଏକେ ଇନ୍‌ଫୋସିସ ନାମକ କମ୍ପାନି ଦ୍ବାରା ଲୋକଙ୍କ ଠାରୁ ଚାକିରି ବଦଳରେ ଜମି ନିଆଯାଇଛି। ଏହି ଜମିକୁ ଖୁବ୍ କମ୍ ମୂଲ୍ୟରେ କିଣାଯାଇଥିଲା। ଇଡିର କହିବା ଅନୁଯାୟୀ, ଏହି କାମ ଲାଲୁ ପ୍ରସାଦଙ୍କ ତରଫରୁ ଲୋକଙ୍କୁ ଚାକିରି ଦେବା ବଦଳରେ କରାଯାଇଥିଲା।

ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଏହି ଘୋଟାଲାରେ ତେଜସ୍ବୀ ଯାଦବ, ମୀସା ଯାଦବ ସମେତଙ୍କ ଅନେକ ଲୋକଙ୍କ ନାଁ ରହିଛି। ଏହି ମାମଲାର ଯାଞ୍ଚ ଉଭୟ ସିବିଆଇ ଏବଂ ଇଡି କରୁଛନ୍ତି। ୨୦୦୪ରୁ ୨୦୦୯ ମଧ୍ୟରେ ହୋଇଥିବା ଏହି ଘୋଟାଲାରେ ଇଡି ଲାଲୁ ଯାଦବ, ତେଜସ୍ବୀ ଯାଦବଙ୍କ ସମେତ ଅନେକଙ୍କୁ ପଚରାଉଚରା କରିଛି।

ଆହୁରି ପଢ଼ନ୍ତୁ: ଲାଲୁ ଯାଦବଙ୍କ ପାଇଁ ବଢ଼ିଲା ଅଡ଼ୁଆ; ରେଳଓ୍ବେ ନିଯୁକ୍ତି ଘୋଟାଲାରେ ରାଉଜ୍ ଏଭିନ୍ୟୁ କୋର୍ଟଙ୍କ ସମନ୍

ନିକଟରେ ନଭେମ୍ବର ୧୧ରେ ଇଡି, ଏହି ମାମଲାରେ ମନିଲଣ୍ଡ୍ରିଂ କେସ୍‌ରେ ଏକେ ଇନଫୋସିସ୍‌ର ଡାଇରେକ୍ଟର ଅମିତ କାତ୍ୟାଲଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ଇଡି ରିମାଣ୍ଡରେ ଅଛନ୍ତି। ଇଡି କହିଥିଲା ଯେ, ଏହି କମ୍ପାନିର ଠିକଣା ଲାଲୁ ପ୍ରସାଦ ଏବ ତାଙ୍କ ପରିବାର ସହ ଜଡ଼ିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.