ଅର୍ଚ୍ଚନା ପରେ ଖଗେଶ୍ୱରଙ୍କ ପାଳି, ଗୁରୁବାର ଝାରପଡ଼ା ଜେଲ୍‌ରେ ଜେରା କରିବ ଇଡି

Published By : Prameya-News7 Bureau | January 05, 2023 IST

ଭୁବନେଶ୍ୱର ୦୫।୦୧ : ଅର୍ଚ୍ଚନା ନାଗ ମାମଲା । ବୁଧବାର ଅର୍ଚ୍ଚନାଙ୍କୁ ଜେରା କରିଥିଲା ଇଡି । ଆଉ ଆଜି ଖଗେଶ୍ବର ପାତ୍ରଙ୍କୁ ଜେଲରେ ଜେରା କରିବ ଇଡି। ଟଙ୍କା ନେଣଗେଣ ଏବଂ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଇଡି ।

ଖବର ଅନୁଯାୟୀ, ମଙ୍ଗଳବାର ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲରେ ୮ଘଣ୍ଟା ଜେରା କରାଯାଇଛି। ଇଡିର ୪ ଜଣିଆ ଟିମ୍ ଅର୍ଚ୍ଚନାଙ୍କୁ ୮ ଘଣ୍ଟା ମାରାଥନ୍ ଜେରା କରିଛି। କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କୁ ପଚରା ଉଚରା ପାଇଁ ଜେଲ୍ ପକ୍ଷରୁ ଏକ ସ୍ପେଶାଲ ରୁମର ବ୍ୟବସ୍ଥା କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ଭିତରେ କୋଟି କୋଟି ଟଙ୍କାର ସମ୍ପତ୍ତି କେମିତି କମାଇଲେ ଅର୍ଚ୍ଚନା ନାଗ ? ED ସାମ୍ନାରେ ତାର ହିସାବ ଦେଇପାରୁ ନାହାନ୍ତି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ।

ସେହିଭଳି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ବିଜନେସ ପାର୍ଟନର ଖଗେଶ୍ବର ମଧ୍ୟ ନିଜ ସମ୍ପତ୍ତିର ହିସାବ ଦେଇ ପାରୁନାହାନ୍ତି। ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବରଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହୋଇପାରେ। ଏଥିପାଇଁ ୩ ଜଣଙ୍କୁ ନୋଟିସ୍ ହୋଇଛି। ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ବର ପାତ୍ରଙ୍କୁ ଜେଲରେ ଜେରା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.