ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରକୁ ଆକ୍ରମଣ । ଇଡି ରେଡ୍ ବେଳେ ଏହି ହମଲା ହୋଇଛି । ଏହି ଘଟଣାରେ ଆଡିଶନାଲ୍ ଡାଇକ୍ଟେର ସ୍ତରର ଜଣେ ଅଧିକାରୀ ଆହତ ହୋଇଛନ୍ତି । ମନି ଲଣ୍ଡ୍ରିଂ ଅଭିଯୋଗ ପରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଟିମ୍ ରାଜଧାନୀର ବିଜଭାସନ ଅଞ୍ଚଳରେ ଚଢ଼ାଉ କରିବାକୁ ପହଞ୍ଚିଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୫ଜଣ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିଲେ ।
ସୂଚନା ଅନୁଯାୟୀ, ଇଡି ଟିମ୍ ଏକ ସାଇବର ଠକେଇ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ଚଢ଼ାଉ କରିଥିଲା । ଏହି ଯାଞ୍ଚ ପିପିପିଓ୍ବାଇଏଲ୍ ସାଇବର ଆପ୍ ଠକେଇ ସମ୍ବନ୍ଧିତ । କାପସହେଡା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ ବେଳେ ଅଭିଯୁକ୍ତ ଶର୍ମା ଏବଂ ତାଙ୍କ ଭାଇ ଇଡି ଟିମକୁ ଆକ୍ରମଣ କରିଥିଲେ । ଯାଞ୍ଚ ଟିମ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି ।