ନ୍ୟୁଜକ୍ଲିକ୍‌ ମାମଲା: ମନିଲଣ୍ଡ୍ରିଂ କେସ୍‌ରେ ଆମେରିକୀୟ ବିଲେନିୟର ନେବିଲ ରଏ ସିଙ୍ଘମଙ୍କୁ ଇଡି ସମନ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ‘ନ୍ୟୁଜକ୍ଲିକ୍’ ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଆମେରିକୀୟ ବିଲେନିୟର ନେବିଲ ରଏ ସିଙ୍ଘମଙ୍କୁ ସମନ ଜାରି କରିଛି ଇଡି। କୁହାଯାଉଛି ଯେ, ଆମେରିକୀୟ ବ୍ୟବସାୟୀ ସିଂଘମଙ୍କୁ ଭାରତରେ ଚୀନର ପ୍ରଚାର କରାଇବା ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ: ନ୍ୟୁଜକ୍ଲିକ୍ ଫଣ୍ଡିଂ କେସ୍‌, ଗିରଫ ହେଲେ ସଂସ୍ଥାପକ ପ୍ରବୀର ପୁରକାୟସ୍ଥ

ସୂଚନାଥାଉକି, ସିଙ୍ଘମଙ୍କ ନାଁରେ କିଛି ମାସ ତଳେ ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଏକ ଆଟିର୍କିଲ ଚର୍ଚ୍ଚାକୁ ଆସିଥିଲା। ଏହି ଖବର ଆସିବା ପରଠାରୁ ଦିଲ୍ଲୀ ପୋଲିସ ଏହି ଖବର ଏବଂ ଇଡି ଦ୍ବାରା ମିଳିଥିବା କିଛି ପ୍ରମାଣ ଆଧାରରେ ତାଙ୍କର ଏବଂ ନ୍ୟୁଜକ୍ଲିକ୍‌ର ସଂସ୍ଥାପକଙ୍କ ବିରୋଧରେ ଏକ ପ୍ରାଥମିକ ମାମଲା ରୁଜୁ କରିଥିଲା। ଅବଶ୍ୟ ସିଙ୍ଘମ କହିଥିଲେ ଯେ, ଏହି ମାମଲା ଭୁଲ୍‌ ସମାଚାରରୁ ପ୍ରଭାବିତ ହୋଇ କରାଯାଇଛି।

କୁହାଯାଉଛି ବର୍ତ୍ତମାନ ସିଙ୍ଘମ ଶାଙ୍ଘାଇରେ ଅଛନ୍ତି। ଏହି ମାମଲାର ଯାଞ୍ଚ ୨୦୨୧ରେ ଆରମ୍ଭ ହୋଇଥିଲା। ଗତ ବର୍ଷ ମଧ୍ୟ ତାଙ୍କୁ ପ୍ରଥମ ଥର ସମନ ଜାରି ହୋଇଥିଲା।

ଆହୁରି ପଢ଼ନ୍ତୁ: ନ୍ୟୁଜ୍‌କ୍ଲିକ୍‌ ମାମଲାରେ ପ୍ରବୀର ପୁରକାୟସ୍ଥଙ୍କୁ ମିଳୁନାହିଁ ଆଶ୍ୱସ୍ତି, ପୁଣି ୫ ଦିନ ନ୍ୟାୟିକ ହେପାଜତ ବଢ଼ାଇଲେ କୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.