ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସଞ୍ଜୟ ରାଓ୍ୱତଙ୍କୁ ଇଡିର ନୋଟିସ୍‌, ମଙ୍ଗଳବାର ହାଜର ହେବାକୁ ନିର୍ଦ୍ଦେଶ

27/06/2022 at 12:54 PM

ନୂଆଦିଲ୍ଲୀ ୨୭।୦୬: ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ୍‌ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟ ରାଓ୍ୱତଙ୍କୁ ଇଡି ପକ୍ଷରୁ ନୋଟିସ୍‌ ଆସିଛି । ଆସନ୍ତାକାଲି ( ମଙ୍ଗଳବାର ଦିନ) ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ଶିବସେନା ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁଯାୟୀ, ପ୍ରବୀଣ ରାଓ୍ୱତ ଏବଂ ପାତ୍ରା ଚାଓ୍ୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଦୁର୍ନୀତିରେ ପ୍ରାୟ ୧୦୩୪କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ସଞ୍ଜନ ରାଓ୍ୱତଙ୍କ ସହଯୋଗୀ ପ୍ରବୀଣ ରାଓ୍ୱତଙ୍କ ୯ କୋଟି ଟଙ୍କା ଏବଂ ସାଂସଦଙ୍କ ପତ୍ନୀଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି ଇଡି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମହାରାଷ୍ଟ୍ର ଚାଲିଛି ମହାନାଟକ । କିଏ କାହାକୁ ସମର୍ଥନ କରୁଛି । ସେନେଇ ପ୍ରତିଦିନ ଚାଲିଛି ଘମାଘୋଟ ବୟାନବାଜି । ଦଳ ଓ ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ ହୋଇ ମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ କରିଛନ୍ତି । ଏପିରିକି ନିଜ ସାଥେ ଏକାଧିକ ବିଧାୟକଙ୍କୁ ନେଇ ପ୍ରଥମେ ସୁରତ ପରେ ଗୌହାଟିରେ ଏକ ହୋଟେଲରେ ରହିଛନ୍ତି । ସେପଟେ ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

   Related Posts