ଚାକିରି ବଦଳରେ ଜମି ମାମଲାରେ ଲାଲୁ ଯାଦବଙ୍କୁ ଇଡି ସମନ, ତେଜସ୍ୱୀଙ୍କୁ ମଧ୍ୟ କରିବ ପଚରାଉଚରା

Published By : Prameya-News7 Bureau | December 20, 2023 IST

ନୂଆଦିଲ୍ଲୀ: ‘ଚାକିରି ବଦଳରେ ଜମି’ ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ବୁଧବାର ଇଡି ସମନ କରିଛି। ଇଡି ଶୁକ୍ରବାର ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ କହିଛି। ସେହିଭଳି ଲାଲୁ ଯାଦବଙ୍କୁ ଡିସେମ୍ବର ୨୭ ବୁଧବାର ହାଜର ହେବାକୁ କହିଛି। ପ୍ରକୃତରେ, ଅଭିଯୋଗ ରହିଛି ଯେ, ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ରହିଥିବା ସମୟରେ ଚାକିରି ବଦଳରେ ପରିବାର ଲୋକଙ୍କ ନାଁରେ ଜମି ନେଇଥିଲେ।

ଆହୁରି ପଢ଼ନ୍ତୁ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲା, ରେଲଓ୍ବେର ୫୦ କର୍ମଚାରୀଙ୍କୁ ପଚରାଉଚରା କରିବ ଇଡି

କ’ଣ ଏହି ମାମଲା ?

ସିବିଆଇ ୨୦୨୨ ମେ ୧୮ରେ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ  ଏବଂ ମୀସାର ଭାରତୀଙ୍କ ସହ ସମୁଦାୟ ୧୭ ଜଣଙ୍କ ବିରୋଧରେ ଚାକିରି ବଦଳରେ ଜମି ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା। ଅଭିଯୋଗ ଲଗାଯାଇଥିଲା ଯେ, ଲାଲୁ ଯାଦବ ରେଳମନ୍ତ୍ରୀ ରହିବା ସମୟରେ ରେଲଓ୍ବେର ବିଭିନ୍ନ ମଣ୍ଡଳରେ ପଦରେ ଗ୍ରୁପ୍‌ ଡିର ବିଭିନ୍ନ ପଦରେ ନିଯୁକ୍ତ ହୋଇଥିଲା।

୨୦୦୪ର ୨୦୦୯ ମଧ୍ୟରେ ଏହି ସବୁ ନିଯୁକ୍ତି ହୋଇଥିଲା। ଆଉ ଲାଲୁ ଯାଦବ ନିଜ ପରିବାର ସସ୍ୟଙ୍କ ନାଁରେ ଜମି ନେଇଥିଲେ। ଏହା ସହ ଆହୁରି ମଧ୍ୟ ଅଭିଯୋଗ ହୋଇଥିଲା ଯେ, ଏହି ସବୁ ନିଯୁକ୍ତି ପାଇଁ କୌଣସି ସାର୍ବଜନିକ ନୋଟିସ୍‌ ମଧ୍ୟ ବାହାରିନଥିଲା।

ଆହୁରି ପଢ଼ନ୍ତୁ: ଲାଲୁ ଯାଦବଙ୍କ ପାଇଁ ବଢ଼ିଲା ଅଡ଼ୁଆ; ରେଳଓ୍ବେ ନିଯୁକ୍ତି ଘୋଟାଲାରେ ରାଉଜ୍ ଏଭିନ୍ୟୁ କୋର୍ଟଙ୍କ ସମନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.