Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଞ୍ଚି ଜମି ଦୁର୍ନୀତି ମାମଲା, ଆଇଏସଏସ ଅଧିକାରୀ ଛବି ରଞ୍ଜନଙ୍କୁ ଇଡିର ସମନ

18/04/2023 at 11:25 AM

ନୂଆଦିଲ୍ଳୀ, ୧୮/୦୪: ରାଞ୍ଚି ଜମି ଦୁର୍ନୀତି ମାମଲା​‌ରେ ଆଇଏସଏସ ଅଧିକାରୀ ଛବି ରଞ୍ଜନଙ୍କୁ ଇଡି ସମନ। ରାଞ୍ଚି​‌ରେ ସେନା ଜମି ଘୋଟାଲା ସହ ଅନ୍ୟ ଜମି ଘୋଟାଲାର ଯାଞ୍ଚ କରୁଥିବା ଇଡି, ଆଇଏଏସ ଅଧିକାରୀ ଛବି ରଞ୍ଜନଙ୍କୁ ସମନ କରିଛି। ଛବି ରଞ୍ଜନଙ୍କୁ ଏପ୍ରିଲ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ କରାଯାଇଛି। ଇଡି ଝାଡ଼ଖଣ୍ଡର ଆଇଏଏସଙ୍କୁ ମନିଲଣ୍ଡ୍ରିଂ ମାମଲାରେ ପଚାର ଉଚାର କରିବା ପାଇଁ ଡାକିଛି।

ଇଡି ରାଞ୍ଚି ଡିସି ଭାବରେ କାମ କରିଥିବା ଛବି ରଞ୍ଜନଙ୍କୁ ଏପ୍ରିଲ୍‌ ୨୧ରେ ସେନାର ଜମି ଏବଂ ଚେଶାୟର ହୋମ୍‌ ରୋଡ୍‌ର ଜମିକୁ ଅବୈଧ ଉପାୟରେ ରେଜିଷ୍ଟ୍ରି ମାମଲାରେ ପଚରାଉଚରା କରିବ। ସେହିପରି ଏହି ମାମଲାରେ କୋଲକାତା ଅତିରିକ୍ତ ରେଜିଷ୍ଟ୍ରାର ଅଫ୍ ଆସ୍ୟୁରାନ୍ସ ତ୍ରିଦୀପ ମିଶ୍ରାଙ୍କୁ ମଧ୍ୟ ଇଡି ରିପୋର୍ଟ ତଲବ କରିଛି। ତାଙ୍କୁ ୨ ମେ ରେ ରାଞ୍ଚି ଅଫିସ୍‌ ଡକାଯାଇଛି। ସେନା ଜମି ସହ ଅନ୍ୟ ଜମି ଘୋଟାଲା ମାମଲାରେ ଇଡି ଗତ ଗୁରୁବାର ଛବି ରଞ୍ଜନଙ୍କ ସମେତ ୧୯ ଜଣକ ଘରେ ରେଡ୍‌ କରିଥିଲା। ରେଡ୍‌ ପରେ ଇଡି ସାତ ଜଣକୁ ଶୁକ୍ରବାର ଜେଲ୍‌ ପଠାଇଥିଲା।

ସୂଚନାଯୋଗ୍ୟ, ଇଡି ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରୁଛି। ମାମଲାରେ ଇଡି ଏକ ଡର୍ଜନରୁ ଅଧିକ ଜମି କାରବାରର ଯାଞ୍ଚ କରୁଛି। ଏଥିରେ ସେନାର ଗୋଟିଏ ଜମି ରହିଛି। ଏହି ମାମଲାରେ ଅନେକଙ୍କ ନାମ ଖୁଲାସା ପରେ ରାଞ୍ଚିରେ ଜମି ଦୁର୍ନୀତିରେ ବଡ଼ ନାଁ ଆସିବା ପରେ ଏମାନେ ଇଡି ରାଡାରକୁ ଆସିବ। ଇଡି ଜମି କାଗଜପତ୍ର କରିଥିବା ଅଧିକାରୀ ଅଲିଙ୍କ ସମତେ ଅନେକଙ୍କ ପଚରାଉଚରା କରିବ। ଅଧିକାରୀ ଅଲି ଏହି ମାମଲାରେ କୋଲକାତାର ରେଜିଷ୍ଟ୍ରାର ଅଫତ୍ ଆସ୍ୟୁରାନ୍ସର କର୍ମୀଙ୍କ ଭୂମିକା ଥିବା ସୂଚନା ଦେଇଛନ୍ତି। ଏହି କର୍ମଚାରୀମାନେ ଟଙ୍କା ନେଇ ରାଞ୍ଚିର ଅନେକ ଜମିର ପ୍ରକୃତି ବଦଳାଇଥିଲେ।

ଏହି କାରଣରୁ ଇଡି ରେଜିଷ୍ଟ୍ରାର ଅଫ୍ ଆସ୍ୟୁରାନ୍ସ ତ୍ରିଦୀପ ମିଶ୍ରାଙ୍କୁ ସମନ କରିଛି। ଅଧିକାରୀ ଅଲି ସ୍ବୀକାର କରିଛନ୍ତି ଯେ ସେ ୪.୫୫ କୋଟି ଜମିର ମିଥ୍ୟା କାଗଜପତ୍ର କରିବାରେ ତାଙ୍କ ଭୂମିକା ରହିଛି। ଏହାପରେ ବଡ଼ଗଇର ସିଆଇଓ ପ୍ରଦୀପ ବାଗୀ ଏକ ଜମିର ରେଜିଷ୍ଟ୍ରି ଜଗତ ବନ୍ଧୁ ଇଷ୍ଟେଟ୍‌ର ନାମରେ କରିଥିଲେ। ଅଧିକାରୀ ଅଲୀ ଚେଶାୟର ହୋମ ରୋଡ୍‌ରେ ଏକ ଏକର ଜମିର ମଧ୍ୟ ମିଥ୍ୟା କାଗଜପତ୍ର ଜଗଦୀଶ ରାୟଙ୍କ ନାମରେ ତିଆରି କରିଥିଲେ। ଏହାପରେ ଜମିକୁ ରାଜେଶ ରାୟ ପୁନୀତ ଅଗ୍ରଓ୍ବାଲଙ୍କୁ କରିଥିଲେ। ପରେ ଏହାକୁ ବିଷ୍ଣୁ ଅଗ୍ରଓ୍ବାଲ କିଣିଥିଲେ। ଏହି ମାମଲାରେ ଇଡି ଖୁବ୍‌ଶୀଘ୍ର ରେଜିଷ୍ଟ୍ରାର ଅଫ୍‌ ଆସ୍ୟୁରାନ୍ସର କର୍ମୀଙ୍କ ସମନ କରିବେ।

ଇଡି ଯାଞ୍ଚରେ ବଡ଼ଗଇ ଅଞ୍ଚଳର ଜମି ଜାଲିଆତି କରି କିଣାଯାଇଥବା ଖୁଲାସା ହୋଇଛି। ଅଭିଯୁକ୍ତ ଅନେକ ଜମିର ଦସ୍ତାବିଜ୍‌ରେ ଜାଲିଆତି କରାଯାଇଥିବା ନେଇ ସ୍ବୀକାର କରିଛନ୍ତି। ସେହିପରି ରାଞ୍ଚିର ଅନ୍ୟ ଅଞ୍ଚଳରେ ମଧ୍ୟ କର୍ମୀ ଏବଂ ଅଞ୍ଚଳ ଅଧିକାରୀଙ୍କ ସାହାଯ୍ୟରେ ଜମିର ରେଜିଷ୍ଟ୍ରିରେ ଜାଲିଆତି କରାଯାଇଛି।

   Related Posts