scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫାରୁକ୍ ଅବଦୁଲ୍ଲାଙ୍କ ପାଇଁ ବଢିଲା ଅଡୁଆ ! ଅର୍ଥ ହେରଫେର ମାମଲାରେ ସମନ କଲା ED

12/02/2024 at 8:50 PM

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କ ପାଇଁ ବଢିଲା ଅଡୁଆ। ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଫାରୁକ୍ ଅବଦୁଲ୍ଲାଙ୍କୁ ସମନ କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଫେବ୍ରୁଆରୀ ୧୩ରେ ତଦନ୍ତକାରୀ ସଂସ୍ଥା ନିକଟରେ ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ,-2002 (PMLA) ଅନୁଯାୟୀ ତାଙ୍କୁ ଡକାଯାଇଛି। ୨୦୨୨ ମସିହାରେ ଇଡି ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା।

ଚାର୍ଜସିଟରେ କୁହାଯାଇଛି ଯେ ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ଅଧିକାରୀ ତଥା ଅନ୍ୟ ଲୋକଙ୍କ ଦ୍ୱାରା ଅର୍ଥକୁ ଖେଳର ବିକାଶ ନାମରେ ବିନିଯୋଗ କରିଥିଲେ ଏବଂ ଏହାକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ। ଏହି ପାଣ୍ଠି ଅନେକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କୁ ପଠାଯାଇଥିଲା, ପରେ ପାଣ୍ଠି ନିଜ ମଧ୍ୟରେ ବାଣ୍ଟି ଦିଆଗଲା।

୨୦୧୮ରେ ସିବିଆଇ ଚାର୍ଜସିଟ୍ ଆଧାରରେ ଏହି ମାମଲାରେ PMLA ର ତଦନ୍ତ ଆରମ୍ଭ କରିଥିଲା। ବିସିସିଆଇ ଦ୍ୱାରା ଆସୋସିଏସନକୁ ୧୧୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୪୩.୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୨୦୦୧ରୁ ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ସଭାପତି ଥିବାବେଳେ ଏହି ଦୁର୍ନୀତି ହୋଇଥିଲା।

ଲୋକସଭାରେ ଶ୍ରୀନଗରର ପ୍ରତିନିଧିତ୍ୱ କରୁଥିବା ୮୬ ବର୍ଷୀୟ ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ଗତ ମାସରେ ତଦନ୍ତକାରୀ ସଂସ୍ଥା ଡକାଇଥିଲା। ସେତେବେଳେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀନଗରର ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ।

ଲୋକସଭା ନିର୍ବାଚନ 2024 ପୂର୍ବରୁ ପଚରାଉଚରା ପାଇଁ ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପରେ ଫାରୁକ ଅବଦୁଲ୍ଲାଙ୍କ ଏବେ ପାଳି।

   Related Posts