Yes Bank ମାମଲା: ଅନୀଲ ଅମ୍ବାନୀଙ୍କୁ ଇଡିଙ୍କ ସମନ

Published By : Prameya-News7 Bureau | March 16, 2020 IST

ମୁମ୍ବାଇ ୧୬।୩: ଇୟେସ୍ ବ୍ୟାଙ୍କରୁ ଅନୀଲ ଅମ୍ବାନୀଙ୍କ କମ୍ପାନୀମାନେ ନେଇଥିବା ୧୨ ହଜାର ୮୦୦ କୋଟି ଟଙ୍କା ଋଣ ଏନପିଏ ହୋଇଯାଇଛି। ଏଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ମୁମ୍ବାଇ ଶାଖା ଅନୀଲଙ୍କୁ ହାଜର ହେବା ଲାଗି ନୋଟିସ ଜାରି କରିଛନ୍ତି। ଏଥିରେ ତାଙ୍କୁ ସୋମବାର ହାଜର ହେବାକୁ କୁହାଯାଇଥିବା ବେଳେ କିଛି ବ୍ୟକ୍ତିଗତ କାରଣ ଲାଗି ସେ ହାଜର ହୋଇପାରୁନାହାନ୍ତି। ଏଣୁ ତାଙ୍କ ଲାଗି ହୁଏତ ନୂଆ ତାରିଖ ଧାର୍ଯ୍ୟ ହୋଇପାରେ ବୋଲି ଇଡି ଅଧିକାରୀମାନେ କହିଛନ୍ତି।

ଇଡି ଅଧିକାରୀଙ୍କ ସୂଚନା ଅନୁସାରେ ଅମ୍ବାନୀଙ୍କ ବୟାନ ପ୍ରିଭେନସନ ଅଫମନି ଲଣ୍ଡ୍ରିଂ ଆଇନ ଅନୁସାରେ ରେକର୍ଡ ହୋଇଛି। ତେବେ ଏହି ଆର୍ଥିକ ଅନିୟମିତତାର ମୁଖ୍ୟ ନାୟାକ ରାଣା କପୁର ଏବେ ଇଡିଙ୍କ ହାଜତରେ ଅଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଗତ ମାର୍ଚ୍ଚ ୬ ତାରିଖରେ ଏକସାମ୍ବାଦିକ ସମ୍ମିଳନୀରେ ଇୟେସ୍ ବ୍ୟାଙ୍କ ଋଣୀଙ୍କ ମଧ୍ୟରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ସମୂହ ସମେତ ଏୟାରସେଲ, ଆଇଏଲଏଫଏସ୍, ଡିଏଚଏଫଏଲ୍ ଓ ଭୋଡା ଫୋନ ଆଦି ଥିବା କହିଥିଲେ।   ତେବେ ଅଧିକାରୀମାନେ ଏନପିଏ ଆକାଉଣ୍ଟ ଥିବା କମ୍ପାନୀମାନଙ୍କ ମୁଖପାତ୍ରଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଡକାଯିବ ବୋଲି କହିଛନ୍ତି।

 ଇୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁର ଅନ୍ୟମାନଙ୍କ ବିରୋଧରେ ଜାରି ମନିଲଣ୍ଡ୍ରିଂ ଯାଞ୍ଚ ପରିପ୍ରେକ୍ଷୀରେ ଅନୀଲ ଅମ୍ବାନୀଙ୍କୁ ସମନ ହୋଇଥିବା ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଇୟେସ୍ ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ଯେଉଁ କମ୍ପାନୀମାନେ  ଏନପିଏ ଆକାଉଣ୍ଟକରିଛନ୍ତି ସେଥିରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ବଡ ଋଣି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.