ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ, EDରେ ହାଜର ହେବା ପାଇଁ ଥିଲା ନୋଟିସ୍‌

6/10/2021 at 11:42 AM

ଭୁବନେଶ୍ୱର ୦୬।୧୦: ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ । ଓକିଲଙ୍କ ଜରିଆରେ ସମୟ ମାଗିଲେ ପ୍ରଦୀପ ଓ ତାଙ୍କ ଝିଅ । ହାଜର ହେବାକୁ ପ୍ରଦୀପ ଓ ତାଙ୍କ ଝିଅଙ୍କୁ ED ନୋଟିସ କରିଥିଲା ।

ସେପଟେ ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ । ଏବେ ସେ ଜେଲ୍‌ରେ ଅଛନ୍ତି । ତେବେ  ଗତକାଲି ଅଭୟକାନ୍ତ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ED । ସକାଳ ୯ଟାରୁ ରାତି ୯ଟା ଯାଏଁ  ଜେରା କରିଥିଲା । ବିଭିନ୍ନ ଆର୍ଥିକ କାରବାର ନେଇ ED ଖୋଲତାଡ଼ ଜାରି ରଖିଛି । ଭିଜିଲାନ୍ସର ସୁପାରିସ ଆଧାରରେ ଇଡି ଅଭୟକାନ୍ତଙ୍କ ଆର୍ଥିକ କାରବାରର ଛାନ୍‌ଭିନ୍‌ ଜାରି କରୁଛି ।

ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ମାସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଠକଙ୍କ ବିଭିନ୍ନ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ସମ୍ପତ୍ତିର ସନ୍ଧାନ ମିଳିଥିଲା। ପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଥିଲା । ସେହିପରି ଏହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ଗିରଫ କରାଯାଇଛି ।

   Related Posts