ବ୍ଲାକ୍‌ମେନ୍‌ କୁଇନ୍‌ ଅର୍ଚ୍ଚନାର ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କଲା ED

Published By : Prameya-News7 Bureau | January 05, 2023 IST

ଭୁବନେଶ୍ୱର ୦୫/୦୧: ଅର୍ଚ୍ଚନା ନାଗ ଗିରଫ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଫଳରେ ପ୍ରଥମେ ଅର୍ଚ୍ଚନାଙ୍କ ଘର ସମ୍ପତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ଇଡି। ଇଡି ପକ୍ଷରୁ ଗୋଟିଏ ଟିମ୍ ଯାଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିବା ଜଣାପଡ଼ିଛି। ସେପଟେ ଇଡିର ଅନ୍ୟ ଏକ ଟିମ୍ ଅର୍ଚ୍ଚନାଙ୍କ ଘରେ ଲାଗିଥିବା ବିଳାସ ପୂର୍ଣ୍ଣ ସାମଗ୍ରୀର ମୁଲ୍ୟ ନିର୍ଦ୍ଧାରଣ କରୁଛନ୍ତି।

ଖବର ଅନୁସାରେ, ଗୁରୁବାର ଇଡିର ୫ ଜଣିଆ ଅଧିକାରୀ ପଳାଶୁଣୀ ସତ୍ୟ ବିହାରରେ ଥିବା ଅର୍ଚ୍ଚନାଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଜଣେ ମହିଳା ଅମିନ ମଧ୍ଯ ଥିଲେ। ସେ ଅର୍ଚ୍ଚନାଙ୍କ ନାଁରେ ଥିବା ୧୦୩୬ ନମ୍ବର ପ୍ଲଟର ମାପଚୁପ କରିଥିଲେ। ଅର୍ଚ୍ଚନାଙ୍କ ଘର ଭିତରେ ମଧ୍ୟ ସାଜ୍ଜସଜ୍ଜାରେ ଲାଗିଥିବା ବହୁମୂଲ୍ୟ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

ପୂର୍ବରୁ ଅର୍ଚ୍ଚନା ଙ୍କ ନାଁରେ ଥିବା ୨ଟି ଦାମି କାରକୁ ଇଡି ଜବତ କରିଥିଲା। କୋର୍ଟ ଅନୁମତି ମିଳିଲେ ସେଗୁଡ଼ିକୁ ନିଲାମ କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଜେଲ୍‌ ଭିତରେ ଇଡି ସାତ ଘଣ୍ଟା ଜେରା କରିଛି। ଗତକାଲି ବା ବୁଧବାର ଅର୍ଚ୍ଚନାଙ୍କୁ ଇଡି ଜେଲରେ ଜେରା କରିଥିଲା। ପରବର୍ତ୍ତୀ ସମୟରେ ଖଗେଶ୍ଵରଙ୍କ ସମ୍ପତ୍ତିର ମୂଲ୍ୟ ଇଡି ଆକଳନ କରିବ ବୋଲି ଜଣାପଡ଼ିଛି।              

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.