ସୋନିଆଙ୍କୁ ଇଡିର ନୂତନ ସମନ, ଏବେ ଜୁଲାଇ ୨୬ରେ ହେବ ପଚରା ଉଚୁରା

Published By : Prameya-News7 Bureau | July 22, 2022 IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ତଦନ୍ତକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଜୁଲାଇ ୨୫ ବଦଳରେ  ଜୁଲାଇ ୨୬ରେ ଆସିବାକୁ କହିଛି। ସୋନିଆଙ୍କୁ ପଚରାଉଚୁରା ପାଇଁ ନୂତନ ସମନ ଜାରି କରାଯାଇଛି। ଏହା ପୂର୍ବରୁ ଯାଞ୍ଚ ଏଜେନ୍ସ ସୋନିଆଙ୍କୁ ଗୁରୁବାର ପଚରାଉଚୁରା କରିଥିଲା।

ଅଧିକାରୀ କହିଛନ୍ତି, କୋଭିଡ୍‌ରୁ ସୁସ୍ଥ ହୋଇଥିବା ସୋନିଆଙ୍କୁ ପାଖାପାଖି ଦୁଇ ଘଣ୍ଟା ପଚରାଉଚୁରା କରାଯାଇଛି। ତାଙ୍କ ଅନୁରୋଧକ୍ରମେ ଶୀଘ୍ର ପଚରା ଉଚୁରା ଆଜି ଶେଷ କରାଯାଇଥିଲା। ତାଙ୍କୁ ସହାୟକ ନିର୍ଦ୍ଦେଶକସ୍ତରର ଯାଞ୍ଚ ଅଧିକାରୀ ପଚରାଉଚୁରା କରିଛନ୍ତି। ଏଥିରେ ମହିଳା ଅଧିକାରୀ ବି ସାମିଲ୍।

କଂଗ୍ରେସ ସହ ଜଡିତ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଆର୍ଥିକ ଅନିୟମିତତା ମାମଲାରେ ଇଡି ତଦନ୍ତ କରୁଛି। ୟଙ୍ଗ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ନ୍ୟାସନାଲ ହେରାଲ୍ଡ ସମାଚାର ପତ୍ରର ମାଲିକାନା  ହକ୍ ରହିଛି। ଏହି ପ୍ରସଙ୍ଗରେ ଗାନ୍ଧୀ ପରିବାରକୁ ଇଡିର ପଚରାଉଚୁରା ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି। ଏହାରି ପ୍ରତିବାଦରେ କଂଗ୍ରେସ ଦିଲ୍ଲୀ ସମେତ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.