krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାନ୍ଧୀ ପରିବାରକୁ ଇଡି ଝଟକା, ସିଜ୍‌ ହେଲା ୟଙ୍ଗ୍‌ ଇଣ୍ଡିଆର ୭୫୨ କୋଟି ସମ୍ପତ୍ତି

21/11/2023 at 7:48 PM

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାର ଯାଞ୍ଚର କରୁଥିବା ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ ଜଡ଼ିତ କମ୍ପାନି ୟଙ୍ଗ ଇଣ୍ଡିଆର ୭୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରିଛି। ସିଜ୍‌ ହୋଇଥିବା ସମ୍ପତ୍ତି ହେଉଛି ଦିଲ୍ଲୀ ଏବଂ ମୁମ୍ବାଇରେ ନାସନାଲ ହେରାଲ୍ଡ ହାଉସ ଏବଂ ଲକ୍ଷ୍ନୌରେ ନେହରୁ ଭବନ।

ଇଡି ନାସନାଲ ହେରାଲ୍ଡ ସମ୍ବାଦପତ୍ର ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାର ଯାଞ୍ଚ କରୁଛି। ଆଉ ଏହି ମାମଲାରେହିଁ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ଦ୍ବାରା ସମ୍ବାଦ ପତ୍ର ଚଳାଉଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡର ଅଧିଗ୍ରହଣରେ ଠକାମୀ, ଷଡ଼ଯନ୍ତ୍ର ଏବଂ ଅପରାଧିକ ବିଶ୍ବାସଘାତ ଅଭିଯୋଗ ରହିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏକ ବୟାନରେ କହିଛି ଯେ, ସମ୍ବାଦପତ୍ରର ପ୍ରକାଶକ ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ ଏବଂ ଏହାର ହୋଲ୍ଡିଂ କମ୍ପାନି ୟଙ୍ଗ ଇଣ୍ଡିଆନର ବିରୋଧରେ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ଏକ ଅନ୍ତରୀଣ ଆଦେଶ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାହୁଲ ଗାନ୍ଧୀ, କ୍ଷମା ଦାବି କଲା ବିଜେପି; କହିଲା- ଅତୀତରୁ ଶିଖନ୍ତୁ କଂଗ୍ରେସ ନେତା

ଏକ ବୟାନରେ କୁହାଯାଇଛି, ‘‘ଯାଞ୍ଚରୁ ଜଣାପଡ଼ିଛି ଯେ, ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ ପାଖରେ ଭାରତରେ ଅନେକ ସହରରେ ଅଚଳାଚଳ ସମ୍ପତ୍ତି ଭାବରେ ୬୬୧.୬୯ କୋଟି ଟଙ୍କାର ଅପରାଧିକ ଆୟ ରହିଛି। ଏହା ବ୍ୟତୀତ ୟଙ୍ଗ ଇଣ୍ଡିଆନ ନିକଟରେ ସେୟାର ବାବଦରେ ୯୦.୨୧ କୋଟି ଟଙ୍କାର ଅପରାଧିକ ଆୟ ରହିଛି।’’ ଇଡି ଏହି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେଙ୍କୁ ପଚରାଉଚରା କରିଥିଲା।

   Related Posts