ନୂଆଦିଲ୍ଲୀ: ଇଡି ସ୍କାନରରେ ହରିୟାଣାର ବାହୁବଳୀ ବିଧାୟକ । ସୋନିପଥ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନଓ୍ବାର ଏବଂ ତାଙ୍କ ସହଯୋଗୀ ପୂର୍ବତନ ଏନଏଲଡି ଇନୋଲ ବିଧାୟକ ଦିଲବାଗ ସିଂହଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଚଢ଼ାଉ । ପ୍ରାୟ ୨୫ ଘଣ୍ଟାରୁ ଅଧିକ ସମୟ ରେଡ୍ରେ ଯାଞ୍ଚ ଏଜେନ୍ସି ୫ କୋଟି ନଗଦ ସହିତ ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣରେ ବିଦେଶୀ ମଦ ଜବତ ।
ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଠାରୁ ସୁରେନ୍ଦ୍ର ପାନଓ୍ବାର ଓ ଦିଲବାଗ ସିଂହଙ୍କ ଠିକଣାରେ ଚଢ଼ାଉ ଜାରି ରଖିଛି । ଦୁଇ ବିଧାୟକଙ୍କ ଘରୁ ୫କୋଟି ନଗଦ ବହୁ ପରିମାଣର ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟୁନରେ ବେଆଇନ ସାମଗ୍ରୀ, ୧୦୦ରୁ ଅଧିକ ମଦ ବୋତଲ, ପ୍ରାୟ ୪ରୁ ୫ କିଲୋର ସୁନା ଜବତ କରାଯାଇଛି। ଦିଲବାଗ ସିଂଙ୍କ ଠିକଣାରୁ ବହୁ ସମ୍ପତ୍ତି ଜାଗଜପତ୍ର ମଧ୍ୟ ମିଳିଛି ।
wp:embed {"url":"https://www.prameyanews7.com/attack-on-ed-team-in-west-bengal-during-raids-in-ration-scam-case/","type":"wp-embed","providerNameSlug":"prameya-news-7"}ହରିୟାଣାର ଯମୁନାନଗର ଜିଲାରେ ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଗୁରୁବାର ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ ବିଧାୟକ ଦିଲବାଗ ସିଂଙ୍କ ବାସଭବନରେ ଚଢାଉ କରାଯାଇଥିଲା।